fbpx

ଅକ୍ଟୋବର ସୁଦ୍ଧା ମିଳିପାରେ କରୋନା ଟୀକା!

କରୋନା ବିରୋଧ ଯୁଦ୍ଧରେ ବୈଜ୍ଞାନିକମାନଙ୍କ ନିକଟରୁ ଭଲ ଖବର ଆସିଛି । ଅକ୍ଟୋବର ସୁଦ୍ଧା ଦେଶରେ କରୋନା ଟୀକା ମିଳିଯିବ ବୋଲି କୁହାଯାଇଛି । କିନ୍ତୁ ଏହାର ବ୍ୟବହାର କେବେ ହେବ, ତାହା କହିବା କଷ୍ଟକର । ସ୍ପଷ୍ଟ ହୋଇଛି ଯେ, ଦେଶରେ ପ୍ରସ୍ତୁତ ହେଉଥିବା ୬ଟି ଟୀକା ପ୍ରି-କ୍ଲିନିକାଲ ଟ୍ରାଏଲର ପର୍ଯ୍ୟାୟରେ ପହଞ୍ଚିଯିବ । ସେଥିମଧ୍ୟରୁ ୨ଟି ଟୀକା ସିଏସଆଇଆର ଓ ଆଇସିଏମଆର ଲ୍ୟାବରେ ପ୍ରସ୍ତୁତ ହେଉଛି । ଏହା ସହିତ କରୋନା ଔଷଧକୁ ନେଇ ମଧ୍ୟ ଦ୍ରୁତ ଗତିରେ ଟ୍ରାଏଲ ଚାଲିଛି, ଯାହାର ପରିମାଣ ଆସନ୍ତା କିଛି ମାସରେ ଆସିବାକୁ ଯାଉଛି । ସେଥିରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ମଧ୍ୟ ସାମିଲ ରହିଛି । ଦେଶରେ କରୋନା ଟୀକା ପ୍ରସ୍ତୁତ କରିବା କାମରେ ୩୦ଟି ଗ୍ରୁପ୍ ବିଭିନ୍ନ ଫାର୍ମା କମ୍ପାନୀ ଓ ଶିକ୍ଷାନୁଷ୍ଠାନ ସହ ନିୟୋଜିତ ଅଛନ୍ତି । ଏଥିମଧ୍ୟରୁ ୨୮ଟିରେ ଭଲ କାମ ଚାଲିଛି ବୋଲି ବୈଜ୍ଞାନିକ ବିଜୟ ରାଘବନ କହିଛନ୍ତି ।

Get real time updates directly on you device, subscribe now.