fbpx
BJD SKY
BJD SKY

ଓମିକ୍ରନ୍ ଭାରିଆଣ୍ଟ୍ ଆଗରେ କମ୍ ପ୍ରଭାବୀ ହେଉଛି କୋଭିଡ୍ ଟିକା, ଡବ୍ଲୁଏଚଓ ଦେଲା ଚେତାବନୀ

BJD

ୱାଶିଂଟନ୍: ଓମିକ୍ରନ୍ ଭାରିଆଣ୍ଟ୍ କୁ ନେଇ ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ଯେ, ବର୍ତ୍ତମାନର କୋଭିଡ୍ ଭାକସିନ୍ ଓମିକ୍ରନ୍ ବିରୋଧରେ କମ୍ ପ୍ରଭାବୀ । ଡବ୍ଲୁଏଚଓ ପକ୍ଷରୁ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, କରୋନାର ଏହି ନୂତନ ଭାରିଆଣ୍ଟ ଦ୍ରୁତ ଗତିରେ ଲୋକମାନଙ୍କୁ ସଂକ୍ରମିତ କରୁଛି ଓ ଭାରିଆଣ୍ଟ ଠାରୁ ଲଢ଼ିବା ଦିଗରେ ଭାକସିନ୍ କମ୍ ପ୍ରଭାବୀ । ଏହି ଭାରିଆଣ୍ଟ କୋଭିଡ୍ ରୁ ସୁସ୍ଥ ହୋଇଥିବା ଲୋକଙ୍କୁ ସଂକ୍ରମିତ କରୁଛି ।

ମହାମାରୀ ସହ ଜଡ଼ିତ ସାପ୍ତାହିକ ଅପଡେଟ୍ ଦେବା ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଓମିକ୍ରନ୍ ଭାରିଆଣ୍ଟ୍ ଇମ୍ୟୁନିଟି, ଭାକସିନ୍ ଓ ସଂକ୍ରମିତ ହୋଇସାରିଥିବା ଲୋକଙ୍କ ଠାରେ ଥିବା ଆଣ୍ଟିବଡ଼ିର ପ୍ରଭାବ କେଉଁ ସ୍ତର ପର୍ଯ୍ୟନ୍ତ ପ୍ରଭାବିତ କରୁଛି ସେନେଇ ଅଧିକରୁ ଅଧିକ ତଥ୍ୟ ନେବା ଜରୁରୀ । ମଙ୍ଗଳବାର ଦିନ ଡବ୍ଲୁଏଚଓର ଅଧିକାରୀ ମାନେ ଅନଲାଇନ୍ ବ୍ରିଫିଂରେ କହିଛନ୍ତି ଯେ, ଏବେସୁଦ୍ଧା ମିଳିଥିବା ଫଳାଫଳ ଆଧାରରେ ଏହା କୁହାଯାଇପାରେ କି କୋଭିଡ-୧୯ର ଏହି ନୂତନ ଭାରିଆଣ୍ଟ ଦ୍ୱାରା ସମସ୍ୟା ଅଧିକ ଉପୁଜିପାରେ ।

ଏହା ପୂର୍ବରୁ ଚଳିତ ବର୍ଷ କୋଭିଡ୍ ର ପୂର୍ବତନ ଭାରିଆଣ୍ଟ୍ ଡେଲଟା କୁ ସର୍ବାଧିକ ପ୍ରଭାବୀ ଶ୍ରେଣୀରେ ରଖାଯାଇଥିଲା । ଗ୍ଲୋବାଲ୍ ସାଇନ୍ସ ଡାଟାବେସ୍ ଅନୁସାରେ, ଡେଲଟା ସହ ଜଡିତ ମାମଲା ତୁଳନାରେ ଏହି ଭାରିଆଣ୍ଟ୍ ସହ ଜଡିତ ମାମଲା ସଂଖ୍ୟାରେ ହ୍ରାସ ଘଟିଛି। ତଥାପି ସତର୍କତାର ସହିତ କାର୍ୟ୍ୟ କରିବାର ଆବଶ୍ୟକତା ଅଛି କାରଣ ଓମିକ୍ରନ୍ ଭାରିଆଣ୍ଟ ସହିତ ଜଡିତ ମାମଲା ମଧ୍ୟ ଅନେକ ଦେଶରେ ବଢ଼ିବାରେ ଲାଗିଛି । ତେଣୁ ସାମ୍ପ୍ରତିକ ତଥକୁ ଦେଖି ସଜାଗ ରହିବା ଜରୁରୀ ।

Get real time updates directly on you device, subscribe now.