fbpx

ଚୀନ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦାବି- ‘ଏପ୍ରିଲରେ ଆସିପାରେ କରୋନା ଟୀକା’

ସମଗ୍ର ବିଶ୍ୱ କରୋନା ଭାଇରସରେ ଭୟଭୀତ ହୋଇପଡିଥିବା ବେଳେ ଅନେକ ଦେଶ ଏହାର ଚିକିତ୍ସା ଖୋଜିବାରେ ବ୍ୟସ୍ତ ଅଛନ୍ତି । ମହାମାରୀ ଆରମ୍ଭ ହେବା ପରେ ଚୀନ ଏହାର ଚିକିତ୍ସା, ଔଷଧ, ଟୀକାର ଅନୁସନ୍ଧାନ, ଭାଇରସର ଅଧୟନ ଇତ୍ୟାଦି ଉପରେ ଗବେଷଣା ଆରମ୍ଭ କରିଦେଇଛି ।

ଏହି ଅଧ୍ୟୟନଗୁଡିକ ଏକ ମାସ ମଧ୍ୟରେ ଯଥେଷ୍ଟ ପ୍ରଗତି କରିଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ଅଧିକାରୀ କହିଛନ୍ତି ଯେ, ଏପ୍ରିଲ ମାସ ସୁଦ୍ଧା ଟୀକାକରଣରେ ସଫଳତା ହାସଲ କରାଯାଇପାରିବ । ଏହା ସହ ଏପ୍ରିଲ ମାସରେ କେତେକ ଟୀକା ଜରୁରୀକାଳୀନ ବ୍ୟବହାର ପାଇଁ ରଖାଯିବ ।

ତେବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ କୋଭିଡ-୧୯କୁ ରୋକିବା ପାଇଁ ଅନୁସନ୍ଧାନ କାର୍ଯ୍ୟର ନିରୀକ୍ଷଣ ପାଇଁ ପହଞ୍ଚିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ମହାମାରୀର ମୁକାବିଲା ପାଇଁ ବୈଜ୍ଞାନିକ ବିକାଶ ଓ ପ୍ରଯୁକ୍ତି ବିଦ୍ୟାର ନବୀକରଣ ଦରକାର ।

Get real time updates directly on you device, subscribe now.