fbpx

ଆସନ୍ତାକାଲି ସୁଦ୍ଧା ହେବ କରୋନା ଟିକାର ଷ୍ଟେଜ ଥ୍ରୀ ଟାଏଲ !

ନୂଆଦିଲ୍ଲୀ, ୧୮ା୮: କରୋନା ଟିକା ନେଇ ନୀତି ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଭାରତରେ ୩ଟି ଟିକାକୁ ନେଇ ପରୀକ୍ଷା ଚାଲିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ୩ଟି ଟିକାରୁ ଗୋଟିଏ ଟିକାର ଷ୍ଟେଜ ଥ୍ରୀ ଟାଏଲ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଆସନ୍ତାକାଲି ସୁଦ୍ଧା ସେହି ଟିକାର ଟ୍ରାଏଲ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି । ଅନ୍ୟ ଦୁଇଟି ଟିକାର ଷ୍ଟେଜ ଟୁ ଟ୍ରାଏଲ ଚାଲୁ ରହିଛି । ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ. ପଲ ଏନେଇ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦେଶରେ ଟେଷ୍ଟ ହାର ବଢ଼ୁଥିଲେ ବି ପଜିଟିଭ ହାର ଲଗାତାର କମି ଚାଲିଛି । ଗତ ସପ୍ତାହରେ ପଜିଟିଭ ହାର ୧୦.୦୩ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ୭.୭୨ ପ୍ରତିଶତ ରହିଛି । ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇ ୭୩ ପ୍ରତିଶତ ହୋଇଥିବା ସୂଚନା ଦିଆଯାଇଛି । । ଜୁଲାଇରେ ମୃତ୍ୟୁହାର ୨.୮୯ ପ୍ରତିଶତ ଥିଲା ବେଳେ ଏବେ ୧.୯୪ ପ୍ରତିଶତ ରହିଛି ।

Get real time updates directly on you device, subscribe now.