fbpx

ଚୀନରୁ ଖୁସି ଖବର: ୧୪ ଜଣଙ୍କ ଉପରେ କରୋନା ଟୀକାର ସଫଳ ଚିକିତ୍ସା

କରୋନା ଭାଇରସକୁ ନେଇ ଅସୁବିଧାରେ ପଡିଥିବା ଚୀନ୍ ମାର୍ଚ୍ଚ ୧୬ କରୋନା ଭାଇରସ କୋଭିଡ୍-୧୯ ପାଇଁ ପ୍ରସ୍ତୁତ ଟୀକା ପାଇଁ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିଲା । ଅର୍ଥାତ୍ ସେମାନେ ମଣିଷ ଉପରେ ଏହି ଟୀକାକୁ ନେଇ ପରୀକ୍ଷା କରିଥିଲେ । ବର୍ତ୍ତମାନ ଏହି ପରୀକ୍ଷଣର ଫଳାଫଳ ବହୁତ ସକାରାକ୍ରମ ଆସିଛି ।

ଏହି କ୍ଲିନିକାଲ ପରୀକ୍ଷା ପାଇଁ ଚୀନ୍ ସମୁଦାୟ ୧୦୮ ଜଣଙ୍କୁ ଚୟନ କରିଥିଲା । ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟରୁ ୧୪ ଜଣଙ୍କର ଟୀକା ଅବଧି ସମାପ୍ତ ହୋଇଛି । ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ସେମାନଙ୍କୁ ବର୍ତ୍ତମାନ ନିଜ ନିଜ ଘରକୁ ପଠାଯାଇଛି । ଏହାର ସମସ୍ତ ପରୀକ୍ଷା ଚୀନର ଉହାନ ସହରରେ ଆରମ୍ଭ ହୋଇଥିଲା । ଟୀକା ପରୀକ୍ଷା ପରେ ଦେଖାଗଲା ଯେ, ସେହି ୧୪ ଜଣ ବର୍ତ୍ତମାନ ସମ୍ବୂର୍ଣ୍ଣ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି ।

Get real time updates directly on you device, subscribe now.