fbpx

ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଗଞ୍ଜାମ ସଟଡ଼ାଉନ

ଗଞ୍ଜାମ, ୪ା୪(ଓଡ଼ିଶା ଭାସ୍କର): ଆସନ୍ତାକାଲି ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଗଞ୍ଜାମ ମଧ୍ୟ ସଟଡ଼ାଉନ ରହିବ । ଏହି ସଟଡ଼ାଉନ ସମୟରେ କୌଣସି ମୋଟର ସାଇକେଲ ଚଳାଚଳ କରିବନାହିଁ । ସକାଳ ୭ଟାରୁ ୧୨ଟା ଯାଏଁ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଜାରି ରହିବ ।ଏହି ସମୟ ଭିତରେ ସଉଦା କିଣିବାକୁ ଲୋକଙ୍କୁ ଚାଲି ଚାଲି ଯିବାକୁ ଅନୁମତି ମିଳିଛି । କିଛି ଔଷଧ ଦୋକାନ ଖୋଲା ରହିବ । ଡାକ୍ତରଖାନାରେ ଓପିଡ଼ି ବନ୍ଦ ରହିବ ଏବଂ ଫୋନ୍ ଯୋଗେ ଡାକ୍ତରଙ୍କ ସହ ଲୋକମାନେ ସମ୍ପର୍କ କରିବେ । ଏହି ନିର୍ଦ୍ଦେଶକୁ ଯିଏ ଉଲ୍ଲଙ୍ଘନ କରିବେ ସେମାନେ ୧୪ଦିନିଆ କ୍ୱାରେଣ୍ଟାଇନରେ ଯିବେ । ଘରୁ ବାହାରିବା ବେଳେ ସମସ୍ତେ ମୁହଁକୁ ଘୋଡ଼ାଇ ରଖିବେ । ଥଣ୍ଡା ହୋଇଥିଲେ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବେ । ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗୋ ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।ରାଜ୍ୟରେ ଦିନକୁ ଦିନ ଏହିପରି ସ୍ଥିତି ସଙ୍ଗୀନ ହେବା ସାଙ୍ଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.