fbpx

ନୂଆବର୍ଷରୁ ଦେଶରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ,୧୭ ।୯: କରୋନା ମହାମାରୀ ମାଡି ମାଡି ଚାଲିଥିବା ବେଳେ ନୂଆବର୍ଷ ୨୦୨୧ ଆରମ୍ଭରେ ଭାରତକୁ ମିଳିବାକୁ ଯାଉଛି କରୋନା ଟୀକା । ଏନେଇ ଆଜି ରାଜ୍ୟସଭାରେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ‘ଭାରତରେ ନୂଆ ଟୀକା ପାଇଁ ଟ୍ରାଏଲ ୧, ୨ ଓ ୩ ଫେସରେ ପହଞ୍ଚିସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏକ ସ୍ୱତନ୍ତ୍ର ଟିମ୍ ଏହାର ଅଧ୍ୟୟନ କରୁଛି । ଆଶା ଅଛି କି ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଭାରତରେ ଟୀକା ଉପଲବ୍ଧ ହେବ ।’

Get real time updates directly on you device, subscribe now.