fbpx

ଟ୍ୱିନି ସିଟିରେ ଆସନ୍ତାକାଲିଠୁ ସମସ୍ତ ସପିଂ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୫ା୩(ଓଡ଼ିଶା ଭାସ୍କର):  ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଆଜି ଟ୍ୱିନି ସିଟି ଭୁବନେଶ୍ୱର ଓ କଟକରେ ସମସ୍ତ ସପିଂ ମଲ୍ ଆସନ୍ତାକାଲିଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ଯାଏଁ ସମସ୍ତ ସପିଂ ମଲ୍ ବନ୍ଦ କରିବାକୁ ଘୋଷଣା ହୋଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କମିସନରେଟ ପୋଲିସ ।

Get real time updates directly on you device, subscribe now.