fbpx

କରୋନା ଭାଇରସ୍: କୁକୁଡ଼ା ମାଂସ, ଅଣ୍ଡା ଖାଇବା ନିରାପଦ

ଭୁବନେଶ୍ୱର, ୧୫ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା ମନୁଷ୍ୟକୁ କରୋନା ଭୂତାଣୁ ବ୍ୟାପୁଥିବାର ଖବର ସମ୍ପୂର୍ଣ୍ଣ ଗୁଜବ ଅଟେ । କରୋନା ସଂକ୍ରମିତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ହିଁ କରୋନା ଭୂତାଣୁ ବ୍ୟାପିବାର ପ୍ରଧାନ କାରଣ । ଯଦିଓ ପ୍ରାଣୀମାନେ କରୋନା ଭୂତାଣୁର ଉତ୍ସ ଭାବେ କାର୍ଯ୍ୟ କରୁ ଥାଇପାରନ୍ତି କିନ୍ତୁ ଏହା ମନୁଷ୍ୟରୁ ମନୁଷ୍ୟ ଶରୀରକୁ ବ୍ୟାପିଥାଏ ବୋଲି ବିଶ୍ୱ ପ୍ରାଣୀସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି । କୁକୁଡ଼ା ମାଂସ, ଅଣ୍ଡା ଓ ଅନ୍ୟାନ୍ୟ କୁକ୍କୁଟା ଜାତୀୟ ପଦାର୍ଥ ଗ୍ରହଣ କରିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣର ଖବର ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ପ୍ରମାଣ କରିନାହାନ୍ତି । କୁକୁଡ଼ା ମାଂସ ଓ ଅଣ୍ଡା ଦ୍ୱାରା ମନୁଷ୍ୟ ଶରୀରକୁ କରୋନା ଭୂତାଣୁ ବ୍ୟାପିବାର କୌଣସି ତଥ୍ୟ ସାରା ବିଶ୍ୱରେ ମଧ୍ୟ ନଜରକୁ ଆସି ନାହିଁ । ଏହା ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.