fbpx

କରୋନା ପାଇଁ ଗଞ୍ଜାମରେ ୧୪୪ଧାରା ଜାରି

ଗଞ୍ଜାମ, ୧୫ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । କରୋନା ସତର୍କତା ନେଇ ଗଞ୍ଜାମ ଜିଲ୍ଲାରେ ୧୪୪ଧାରା ଜାରି ହୋଇଛି । ଜନସମାଗମ ରୋକିବାକୁ ୧୪୪ଧାରା ଜାରି କରିଛନ୍ତି ଜିଲ୍ଲାପାଳ । ଏହାସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ଭାରତରେ କରୋନାରେ ୨ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।

Get real time updates directly on you device, subscribe now.