fbpx

କରୋନା ମୁକାବିଲା ପାଇଁ ବିଏମସି ପକ୍ଷରୁ ଗାଇଡ଼ଲାଇନ ଜାରି

ଭୁବନେଶ୍ୱର, ୧୫ା୩(ଓଡ଼ିଶା ଭାସ୍କର): କରୋନା ମୁକାବିଲା ନେଇ ବିଏମସି କମିସନର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏସଓପି ଗାଇଡ଼ଲାଇନ ଅନୁସାରେ ୩ଟି ଟିମ୍ ଗଠିତ ହୋଇଛି । ଗାଇଡ଼ଲାଇନ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ସେ କହିଛନ୍ତି ସହରରେ ସ୍ପ୍ରେ ପାଇଁ ୧୦୦ଟି ନୂଆ ମେସିନ ଆସିବ । ଏହାସହ ଆଜିଠାରୁ କଲ୍ୟାଣ ମଣ୍ଡପରେ ବୁକିଂ ବନ୍ଦ କରାଯାଇଛି । ବୁକିଂ ହୋଇଥିବା କଲ୍ୟାଣମଣ୍ଡପ ଏସଓପି ମାନିବାକୁ ବାଧ୍ୟ କରାଯାଇଛି ।
ଏହାସହ ବିଦେଶୀଙ୍କ ସମ୍ପର୍କରେ ଜଣାଇବାକୁ ହୋଟେଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ପାଇଁ ଘରୋଇ ହୋଟେଲ ପାଇଁ ବିଏମସି ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ହୋଟେଲରେ ଅଧିକ ଭିଡ଼ର ଆୟୋଜନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲରେ ପର୍ଯ୍ୟାପ୍ତ ପରିମାଣର ହ୍ୟାଣ୍ଡୱାସ ମହଜୁଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଆସନ୍ତାକାଲିଠୁ ବିଏମସିରେ କରୋନା ପାଇଁ ସ୍ୱତନ୍ତ୍ର ଡେସ୍କ ଖୋଲିବ । ସକାଳ ୯ଟା ୩୦ରୁ ବିଳମ୍ବିତ ରାତି ଯାଏଁ ଡେସ୍କ କାର୍ଯ୍ୟ କରିବ । କରୋନା ନେଇ ଲୋକଙ୍କୁ ସମସ୍ତ ସୂଚନା ଯୋଗାଇବା ପାଇଁ ଏହି ଡେସ୍କ ଖୋଲାଯିବ ।

Get real time updates directly on you device, subscribe now.