fbpx

କରୋନା ନେଇ ଗୁଜବ ପ୍ରତିହିତ କରିବାକୁ ଅନୁରୋଧ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ନେଇ ବିଏମସି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । ସେହି ସମ୍ମିଳନୀରେ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ପରସ୍ପରଠାରୁ ଦୂରତା ଅବଲମ୍ବନ କରନ୍ତୁ । ଅଟୋ ଓ ବସରେ ଅଧିକ ଯାତ୍ରୀ ନନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହ ନିୟମିତ ସଫେଇ ପାଇଁ ଅନୁରୋଧ କରିଛନ୍ତି ଅଶୋକ ପଣ୍ଡା । କରୋନା ନେଇ ଗୁଜବ ପ୍ରତିହିତ କରିବାକୁ ନେଇ ମଧ୍ୟ ଅନୁରୋଧ କରାଯାଇଛି । ବିଏମସି ପକ୍ଷରୁ ଜନଗହଳିପୂର୍ଣ୍ଣ ସ୍ଥାନରେ ସଫେଇ କରାଯିବ । ଏନେଇ ୧୦୦ଟି ସ୍ପେୟର ମଗାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ କରେନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ୧୧୫ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ଓଡ଼ିଶାରେ ଜଣେ କରୋନାରେ ଆକ୍ରାନ୍ତ ଥିବା ସୂଚନା ରହିଛି ।

Get real time updates directly on you device, subscribe now.