fbpx

ବାହାରୁ ଆସୁଥିବା ଲୋକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ବିଦେଶରୁ କିମ୍ବା ବାହାରୁ ଆସୁଥିବା ଲୋକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି । ଏହା ଆସନ୍ତାକାଲି ସକାଳୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏହାସହ ଯିଏ ଆଜି ଚାହିଁବ ସେ ୧୦୪ରେ କଲ କରି ଅନଲାଇନରେ ପଞ୍ଜୀକରଣ କରିପାରିବ । covid19.odisha.gov.in ଏହି ୱେବସାଇଟରେ ପଞ୍ଜୀକରଣ କରିପାରିବେ । ବାହାରୁ ଆସିବାର ୨୪ଘଣ୍ଟା ଭିତରେ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି । ଆସିବା ପୂର୍ବରୁ ଯଦି ପଞ୍ଜୀକରଣ କରିବେ ତେବେ ଏହା ଅତ୍ୟନ୍ତ ସୁବିଧାଜନକ ହେବ । ବିଦେଶରୁ ଆସୁଥିବା ଲୋକ ୧୪ଦିନ ପୃଥକିକରଣରେ ରହିବେ । କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ୧୫ହଜାର ଟଙ୍କାର ସହାୟତା ଯୋଗାଇବେ ସରକାର । ପଞ୍ଜୀକରଣ କରିଥିବା ଲୋକଙ୍କ ଉପରେ ସରକାର ନଜର ରଖିବେ । ଯେଉଁମାନେ ପୂର୍ବରୁ ଓଡ଼ିଶା ଆସିଛନ୍ତି ସେମାନଙ୍କ ପାଇଁ ବି ପଦକ୍ଷେପ ନିଆଯିବ ।

ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୪ଠାରୁ ୧୬ ତାରିଖ ମଧ୍ୟରେ ଆସିଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଯେ ଆସନ୍ତକାଲିଠୁ ୪୮ଘଣ୍ଟା ପଞ୍ଜୀକରଣ ପାଇଁ ସମୟ ଦିଆଯିବା ସହ ଏହା ବାଧ୍ୟତାମୂଳକ କରାଯାଇଛି । ୧୯ମାର୍ଚ୍ଚ ସକାଳ ୬ଟା ସୁଦ୍ଧା ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । ପରିବାର ସଦସ୍ୟ, ସାଙ୍ଗ ସାଥୀ ଚାହିଁଲେ ପଞ୍ଜୀକରଣ କରିପାରିବେ । ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ଆଇପିସି, ସିଆରପିସି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୫ ଏପ୍ରିଲ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ପରେ ସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଏନେଇ ସମସ୍ତ ସୂଚନା ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି ।

ରାଜ୍ୟ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ଏହି ନିୟମ ଆଣିବାରେ ସକ୍ଷମ ହୋଇଛନ୍ତି । ଦେଶ ବାହାରେ ଅନେକ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅଫିସ୍ ବନ୍ଦ ହୋଇଯାଇଥିବାରୂ ରାଜ୍ୟର ସେଠାରେ କାମ କରୁଥିବା ଅନେକ ଲୋକ ପ୍ରତ୍ୟାବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠି କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ପଞ୍ଜୀକରଣ ନକରି ନିୟମ ଉଲ୍ଲଙ୍ଘନ କରିନ୍ତି ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ।
କରୋନାକୁ ନେଇ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀଏକ ସାମ୍ବାଦିକ ସମ୍ବିଳନୀ କରିଥିଲେ । ସେହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସୂଚନା ଲୋକସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ , ଶିଳ୍ପ ସଚିବ ହେମନ୍ତ ଶର୍ମା, ଶ୍ରମ ବିଭାଗ ସଚିବ ଅନୁ ଗର୍ଗ, ଏନଆରଏଚଏମ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଡିଏମଇଟି ଡ଼ାକ୍ତର ସିବିକେ ମହାନ୍ତି ଉପସ୍ଥିତ ରହିଥିଲେ ।
ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ତଥ୍ୟ ଦେଇ କହିଥବଲେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରଥମ କରୋନା ରୋଗୀଙ୍କ ସଂସ୍ପର୍ଶରେ ୧୨୯ଜଣ ଆସିିଥିବା ସେ ସୂଚନା ଦେଇଛନ୍ତି । ସେ ଟ୍ରେନରେ ୭୬ଜଣ, ରାଜ୍ୟରେ ୫୩ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହାସହ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଘରୋଇ କ୍ଲିନିକକୁ ବନ୍ଦ କରାଯିବା ସହ ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀଙ୍କୁ ପୃଥକ ଭାବେ ରଖାଯାଇଛି । ଏହାସହ କରୋନା ନେଇ ୨୪ ଘଣ୍ଟାର ଅପଡ଼େଟ ଦେଇଥିଲେ ସୁବ୍ରତ ବାଗଚୀ । ୨ଟା ସୁଦ୍ଧା ୧୫୭ଦେଶକୁ କରୋନା ବ୍ୟାପିଛି । ୧ଲକ୍ଷ ୭୦ହଜାର ୧୮୭ଜଣ କରୋନା ପଜିଟିଭ କେସ୍ ଆସିଛି । କିନ୍ତୁ ସେମାନଙ୍କ ମଧ୍ୟରୁ ଭାରତରେ ୧୧୫ଜଣ ପଜିଟିଭ କେସ୍ ଥିବା ବେଳେ ଓଡ଼ିଶାରେ ଜଣେ ବ୍ୟକ୍ତି କରୋନା ପଜିଟିଭ ବାହାରିଛି । ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.