fbpx

ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୨୯ଜଣ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ସଂସ୍ପର୍ଶରେ ୧୨୯ଜଣ ଆସିିଥିବା IEC ମୁଖପାତ୍ର ସୁବ୍ରତ ବାଗଚୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ ଟ୍ରେନରେ ୭୬ଜଣ, ରାଜ୍ୟରେ ୫୩ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହାସହ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଘରୋଇ କ୍ଲିନିକକୁ ବନ୍ଦ କରାଯିବା ସହ ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀଙ୍କୁ ପୃଥକ ଭାବେ ରଖାଯାଇଛି । କରୋନା ଭାଇରସ୍ ନେଇ ପୋର୍ଟାଲ କରିବେ ସରକାର । covid19.odisha.gov.in ପୋର୍ଟାଲ କରିବେ ସରକାର । ବିଦେଶରୁ ଆସୁଥିବା ଛାତ୍ର ଓ କର୍ମଜୀବୀ ଏହି ୱେବସାଇଟରେ ସୂଚନା ଦେବା ବାଧ୍ୟତାମୂଳକ । ନିଃଶୁଳ୍କ ନମ୍ବର ୧୦୪କୁ ଫୋନ୍ କରି ଜଣାଇବା ବାଧ୍ୟତାମୂଳକ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।
ଏହାସହ କରୋନା ନେଇ ୨୪ ଘଣ୍ଟାର ଅପଡ଼େଟ ଦେଇଛନ୍ତି ସୁବ୍ରତ ବାଗଚୀ । ୨ଟା ସୁଦ୍ଧା ୧୫୭ଦେଶକୁ କରୋନା ବ୍ୟାପିଛି । ୧ଲକ୍ଷ ୭୦ହଜାର ୧୮୭ଜଣ କରୋନା ପଜିଟିଭ କେସ୍ ଆସିଛି । କିନ୍ତୁ ସେମାନଙ୍କ ମଧ୍ୟରୁ ଭାରତରେ ୧୧୫ଜଣ ପଜିଟିଭ କେସ୍ ଥିବା ବେଳେ ଓଡ଼ିଶାରେ ଜଣେ ବ୍ୟକ୍ତି କରୋନା ପଜିଟିଭ ବାହାରିଛି । ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.