fbpx

ଗଜପତି ଓ ଭଦ୍ରକରେ ୧୪୪ଧାରା ପ୍ରତ୍ୟାହୃତ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ସତର୍କତା ନେଇ କେତେକ ଜିଲ୍ଲାରେ ୧୪୪ଧାରା ଜାରି କରାଯାଇଥିଲା । ଆଜି ଗଜପତି ଓ ଭଦ୍ରକରେ ଲାଗିଥିବା ୧୪୪ଧାରାକୁ ପ୍ରତ୍ୟାହାର କରିଛନ୍ତି ଜିଲ୍ଲାପାଳ । କିନ୍ତୁ କରୋନା ନିୟନ୍ତ୍ରଣ କଟକଣା ବଳବତ୍ତର ରହିବ ।
ଅନ୍ୟପଟେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । କିନ୍ତୁ ମହାରାଷ୍ଟ୍ରରେ ସର୍ବାଧିକ ୪୧ଜଣ କରୋନା ପଜିଟିଭ୍ ରହିଛନ୍ତି । ଏହାସହ ଓଡ଼ିଶାରେ ମଧ୍ୟ ଜଣେ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.