fbpx

ରାଜ୍ୟର ୯ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ୯ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ଚେତାବନୀ ଦେଇଛି । ୯ଜିଲ୍ଲା ଗୁଡ଼ିକ ହେଉଛି ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ପୁରୀ, ନୟାଗଡ଼, ଢ଼େଙ୍କାନାଳ, କେନ୍ଦୁଝର, ଓ କଟକ । ଏହିସବୁ ଜିଲ୍ଲାଗୁଡ଼ିକରେ ଘଡ଼ିଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି ।

Get real time updates directly on you device, subscribe now.