fbpx

୧୮ହଜାର ମୁଣ୍ଡ ନେଲାଣି କରୋନା ଭାଇରସ୍

ନୂଆଦିଲ୍ଲୀ, ୨୫ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଏହା ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପାଲଟି ସାରିଛି । ବତ୍ତର୍ମାନ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୮ହଜାର ୫୮୯ ପହଞ୍ଚିଛି । ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୧୪ହଜାର ୮୮୪କୁ ଟପିଛି । କରୋନାରେ ଆକ୍ରାନ୍ତ ଥିବା ୬୬ହଜାର ୯୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ୬ହଜାର ୮୨୦, ଚୀନରେ ୩ହଜାର ୨୮୧, ସ୍ପେନରେ ୨ହଜାର ୮୦୮, ଇରାନରେ ୧୯୩୪, ଫ୍ରାନ୍ସରେ୧୧୦୦, ୟୁଏସଏରେ ୭୦୬, ଭାରତରେ ୧୦ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

Get real time updates directly on you device, subscribe now.