କଳାହାଣ୍ଡି, ୩୧ା୩(ଓଡ଼ିଶା ଭାସ୍କର): କେରଳରେ କରୋନା ତାଣ୍ଡବ ।ଏଭଳି ଅବସ୍ଥାରେ ରୋଜଗାର ପାଇଁ କେରଳ ଯାଇଥିବା କଳହାଣ୍ଡିର ୧୨ ଯୁବକ ଗାଁକୁ ଫେରି ଆସିଛନ୍ତି । କିନ୍ତୁ ସେମାନେ ଗାଁକୁ ଫେରିବା ପରେ ସରକାରୀ ତାଲିକାରେ ନିଜକୁ ରେଜିଷ୍ଟ୍ରେସନ କରିବାକୁ ଭୁଲିନାହାନ୍ତି । ଖାଲି ସେତିକି ନୁହେଁ ନିଜ ଗାଁ ପିପାଲିଗୁଡା ଫେରିବା ପରେ କରୋନା ସଂକ୍ରମଣ ନେଇ ସ୍ଥାନୀୟ ଚିକିତ୍ସାଳୟରେ ବିଧିବଦ୍ଧ ପରୀକ୍ଷା ବି କରାଇଛନ୍ତି । ସେଠାରେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସଛି ।ଏହା ସତ୍ତ୍ୱେ ବି ସେମାନେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଗାଁ ଠାରୁ କିଛି ଦୂରରେ ଖୋଲା ଆକାଶ ତଳେ ଟେଣ୍ଟ ଟାଣି ନିଜେ ନିଜେ ୧୪ ଦିନିଆ ସଂଗରୋଧରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।ଗୋଟିଏ ପଟେ ସରକାର ସଂଗରୋଧ ନିୟମ ଭାଂଗୁଥିବା ଲୋକଙ୍କ ଉପରେ ମାମଲା ରୁ୍ଜ୍ଜୁ କରିବାକୁ ବାଧ୍ୟ ହେଉଥିବା ବେଳେ ଏହି ଯୁବକ ମାନେ ନିଜ ଆଡୁ ସଂଗରୋଧରେ ରହି କେବଳ ଯେ ଓଡିଶା ତା ନୁହେଁ ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
Uttarakhand Govt.


