fbpx

ବଢିଲା କୃଷିଋଣ ପରିଶୋଧର ଅବଧି

ନୂଆଦିଲ୍ଲୀ,୩୦ ।୩: ସ୍ୱଳ୍ପକାଳୀନ କୃଷିଋଣ ପରିଶୋଧର ଅବଧି ମେ ୩୧ ଯାଏଁ ବୃଦ୍ଧି ପାଇଛି । ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା କାରଣରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପରିଶୋଧର ବିଳମ୍ବ ପାଇଁ ଅତିରିକ୍ତ ସୁଧ ଲାଗୁ ହେବ ନାହିଁ । ଏଣିକି ଚାଷୀମାନେ ବାର୍ଷିକ ୪% ସୁଧରେ କୃଷିଋଣ ପରିଶୋଧ କରିପାରିବେ । ୩ ଲକ୍ଷ ଟଙ୍କା ଯାଏଁ କୃଷିଋଣ ପାଇଁ ଏହି ସୁବିଧା ଲାଗୁ ହେବ । ମାର୍ଚ୍ଚ ୧ରୁ ମେ ୩୧ ସୁଦ୍ଧା ପରିଶୋଧ କରାଯାଉଥିବା ଋଣ ଉପରେ ସୁବିଧା ରହିଛଇ । ବ୍ୟାଙ୍କକୁ ୨% ସୁଧ ଭରଣା କରିବେ କେନ୍ଦ୍ର ସରକାର ।

Get real time updates directly on you device, subscribe now.