fbpx

ମୋବାଇଲରୁ ବି ବ୍ୟାପିପାରେ କରୋନା ଭାଇରସ୍ ! ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ସାରା ବିଶ୍ୱରେ କରୋନା ଭାଇରସ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଗଲାଣି । ଏହାରି ମଧ୍ୟରେ ଆପଣଙ୍କ ମନରେ ଏକ ପ୍ରଶ୍ନ ଆସୁଥିବା କି, କଣ ମୋବାଇଲ ଫୋନରୁ କରୋନା ବ୍ୟାପିପାରିବ କି ? ପ୍ରଶ୍ନଟି ଗମ୍ଭୀର ହୋଇଥିଲେ କି ଗୁରୁତ୍ୱପୂର୍ଣ୍ଣ । ଡାକ୍ତରଙ୍କ କହିବା ମୁତାବକ, ମୋବାଇଲ ଫୋନରେ କରୋନା ଭାଇରସ୍ ବ୍ୟାପିବାର ସମ୍ଭାବନା ରହିଛି । କିନ୍ତୁ କେତେକ ବିଷୟ ଉପରେ ଧ୍ୟାନ ଦେଲେ ଆପଣ ମଧ୍ୟ ଏହି ଭାଇରସକୁ ବ୍ୟାପିବାରେ ରୋକିପାରିବେ ।

ରିପୋର୍ଟ ମୁତାବକ, ଯଦି ଆପଣ ନିଜର ସ୍କାର୍ଟଫୋନର ସ୍କିନକୁ ବାରମ୍ବାର ଟଚ୍ କରୁଛନ୍ତି, ତେବେ ମୁହଁକୁ ଛୁଇଁବରା ପୂର୍ବରୁ ହାତକୁ ଭଲ ଭାବରେ ଧୋଇଦିଅନ୍ତୁ । କାହିଁକିନା, ଆପଣଙ୍କ ସ୍କାର୍ଟଫୋନର ସ୍କିନରୁ କରୋନା ଭାଇରସ୍ ଆପଣଙ୍କ ଶରୀରରେ ପ୍ରବେଶ କରିପାରେ । କରୋନା ଭାଇରସ୍ ନିର୍ଜୀବ ବସ୍ତୁ ମଧ୍ୟରେ ୧ ସପ୍ତାହ ପର୍ଯ୍ୟନ୍ତ ଜୀବିତ ରହିପାରେ । ଲୋକଙ୍କ କାଶ ବା ଛିଙ୍କ ମାଧ୍ୟମରେ ବାହାରକୁ ଆସିଥାଏ ଏହି ଭୂତାଣୁ । ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ସିଧାସଳଖ ଆସିବା ଦ୍ୱାରା ଏହି ଭୂତାଣୁ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଏନେଇ ସ୍କାର୍ଟଫୋନକୁ ପ୍ରତି ୯୦ ମିନିଟରେ ଥରେ ସଫା କରିବା ଉଚିତ୍ ।

ଲଗାତାର ମୋବାଇଲ ବ୍ୟବହାର କରୁଥିଲେ ଭୁଲରେ ହାତକୁ ମୁହଁ କିମ୍ବା ନାକରେ ମାରନ୍ତୁ ନାହିଁ । ମୋବାଇଲକୁ ସଫା କରିବାକୁ ଆଲକହଲଯକ୍ତ ଓ୍ଵାଇପ୍ ବ୍ୟବହାର କରନ୍ତୁ, ଯାହାଦ୍ଵାରା ବ୍ୟାକ୍ଟେରିଆ ମାରିବା ସହ ରୋଗ ବ୍ୟାପିବାର ଆଶଙ୍କା କମ୍ ରହିବ। ଏଥିସହ ଆଲକହଲଯୁକ୍ତ ହ୍ୟାଣ୍ଡ ଓ୍ଵାଶରେ ହାତ ଧୋଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.