fbpx

କରୋନା ଭାଇରସ ନେଲାଣି ୧୦୧୬ଙ୍କ ଜୀବନ, ୪୨୬୦୦ ଆକ୍ରାନ୍ତ

ବେଜିଂ,୧୧ ।୨: ଚୀନରେ ଆତଙ୍କ ଖେଳାଉଛି କରୋନା ଭାଇରସ । ଏହି ଭୂତାଣୁରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ଚୀନରେ କରୋନା ଯୋଗୁ ମୃତକଙ୍କ ସଂଖ୍ୟା ୧୦୧୬ରେ ପହଞ୍ଚିଛି। ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୬୦୦ରେ ପହଞ୍ଚିଛି ।

ତେବେ ଗତ ରବିବାର ଦିନ ଚୀନରେ ୯୭ ଜଣ ପ୍ରାଣ ହରାଇଥିଲେ । ବିଗତ ଦିନ ମଧ୍ୟରେ କୌଣସି ଏକ ଦିନରେ ଏହା ସର୍ବାଧିକ ମୃତ୍ୟୁ ସଂଖ୍ୟା । ଅନ୍ୟପଟେ ୨୯୬ ଆକ୍ରାନ୍ତଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି । ୩୨୮୧ ଜଣ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ବିଶ୍ଵର ୨୭ ଦେଶକୁ ଏହି ଭୂତାଣୁ ବ୍ୟାପିଛି । ଅନ୍ୟପଟେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାକୁ ବିଶ୍ୱ ସଙ୍କଟ ବୋଲି ଘୋଷଣା କରିଛି ଡବ୍ଲୁଏଚଓ । କରୋନାକୁ ନେଇ କଠୋର ନୀତି ଆପଣେଇଛନ୍ତି ଚୀନ୍ ସରକାର । ସଂକ୍ରମଣ ଲୁଚାଇଲେ ଆକ୍ରାନ୍ତଙ୍କୁ ଗିରଫ କରିବା ସହ ସଂକ୍ରମଣକୁ ରୋକିବାରେ ବାଧା ଦେଲେ ମୃତ୍ୟୁଦଣ୍ଡ ମିଳିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.