fbpx

ବାୟୁରେ ରହିଛି କି କରୋନା ଭୂତାଣୂ; ଜାଣିବାରେ ସହାୟତା କରିବ ଏହି ମେସିନ୍

ବେଙ୍ଗାଲୁରୁ: କରୋନା ସମୟରେ ସମସ୍ତେ ସତର୍କତା ଅବଲମ୍ବନ କରୁଛନ୍ତି । ତେବେ ଆପଣ ନିଶ୍ୱାସ ପ୍ରଶ୍ୱାସରେ ଯେଉଁ ବାୟୁ ନେଉଛନ୍ତି ସେଥିରେ ଅଛି କି କରୋନା ଭୂତାଣୁ । ଏସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଆବିଷ୍କାର ହୋଇଛି ଏକ ଡିଭାଇସ୍ । ବାୟୁରେ କରୋନାର ଉପସ୍ଥିତି ରହିଛି କି ନାହିଁ ତାହା ଜାଣିବା ପାଇଁ ଏହି ଡିଭାଇସକୁ ଆପଣ ବ୍ୟବହାର କରି ପାରିବେ । ମାସ୍କ ଓ ସୋସିଆଲ ଡିଷ୍ଟାନ୍ସିଂ ଜରୁରୀ ହୋଇଥିଲେ ହେଁ କରୋନା ଏବେ ବାୟୁମଣ୍ଡଳରୁ ମଧ୍ୟ ବ୍ୟାପିବାରେ ଲାଗିଛି ।

ସିଏସଆଇଆରର ନ୍ୟାସନାଲ ଏରୋସ୍ପେସ୍ ଲାବୋରୋଟୋରୀରେ ଏହି ମେସିନଟି ପ୍ରସ୍ତୁତ ହୋଇଛି । କୌଣସି ରୁମ୍ ବା ହଲରେ ଏହି ମେସିନଟିକୁ ରଖାଯିବ । ଉକ୍ତ ସ୍ଥାନକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଡିଭାଇସରେ ଷ୍ଟୋର କରାଯିବ । ଡିଭାଇସଟି ପବନକୁ ନିଜ ଆଡକୁ ଟାଣିବା ପରେ ସେଥିରେ ରହିଥିବା ମେମ୍ବ୍ରେନ(ପରଦା)କୁ କାଢି ଆରଟିପିସିଆର ଟେଷ୍ଟ କରାଯାଏ । ରିପୋର୍ଟ ଆସିବା ପରେ ଉପସ୍ଥିତ ରହିଥିବା ସମସ୍ତ ବ୍ୟକ୍ତିଙ୍କ ନମ୍ବରକୁ ଡିଭାଇସରୁ ଆପେ ଆପେ ମେସେଜ୍ ଯାଇଥାଏ ।

ଏହି ମେସିନର ବ୍ୟବହାର ଘରେ ହେବା ସହିତ, ହସ୍ପିଟାଲ ଏବଂ ଅନ୍ୟାନ୍ୟ ସ୍ଥାନରେ ସଫଳତାର ସହିତ ବ୍ୟବହାର କରାଯାଇ ପାରିବ ବୋଲି ସିଏସଆଇଆର ନିର୍ଦ୍ଦେଶକ ଜିତେନ୍ଦ୍ର ଜେ ଯାଦବ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.