fbpx

କରୋନା ଭାଇରସ୍ ଉପରେ ନିର୍ମାଣ ହେଲା ଫିଲ୍ମ, ଦେଖନ୍ତୁ ଏହାର ଟ୍ରେଲର

ବିଶ୍ୱରେ ମହାମାରୀ କରୋନା ଭାଇରସ୍ କାୟା ବିସ୍ତାର କରିବାରୁ ସାରା ବିଶ୍ୱ ବନ୍ଦ ହୋଇ ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ଼ ଅଭିନେତା ମଧ୍ୟ ଘରେ ରହିଛନ୍ତି । କିନ୍ତୁ ଏହାରି ମଧ୍ୟରେ ଭାଇଜାନ ସଲମାନ ଖାନ୍ ବହୁ ମ୍ୟୁଜିକ ଭିଡ଼ିଓ ଲଞ୍ଚ କରିଛନ୍ତି ଯାହା ହିଟ୍ ମଧ୍ୟ ହୋଇଛି । ସେହିପରି କରୋନା ଭାଇରସ୍ ଉପରେ ନିର୍ମାଣ ହୋଇଛି ଫିଲ୍ମ । ଯାହାର ଗତକାଲି ଟ୍ରେଲର ମୁକ୍ତିଲାଭ କରିଛି । ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ଭର୍ମାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଟ୍ରେଲର ଲଞ୍ଚ ହୋଇଛି । ଯାହାର ଥିମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଉଠିବେ । ଏହି ଚଳଚ୍ଚିତ୍ରର ନାମ ରହିଛି କରୋନା ଭାଇରସ୍ । ଏହାର ନିର୍ଦ୍ଦେଶନା ଦେଇଛନ୍ତିି ଅଗସ୍ତ୍ୟ ମଞ୍ଜୁ । ଏହି ଚଳଚ୍ଚିତ୍ରଟି ତେଲୁଗୁ ଭାଷାରେ ନିର୍ମିତ ଓ ଏହାର ଟ୍ରେଲର ୪ମିନିଟରୁ ଅଧିକ ରହିଛି । ଏଥିରେ ଅଗସ୍ତ୍ୟ ମଞ୍ଜୁ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଜଣାପଡ଼ିଛି । ଫିଲ୍ମର ଶେଷ ଟ୍ରେଲରରେ କରୋନା ଭାଇରସ ଉପରେ ଆଧାରିତ । ଏହାସହ ଏହି ଫିଲ୍ମଟି କରେନା ଭାଇରସ୍ ଉପରେ ପ୍ରଥମ ଚଳଚ୍ଚିତ୍ର ବୋଲି ଦାବି କରାଯାଇଛି କିନ୍ତୁ କାନାଡ଼ାର ନିର୍ଦ୍ଦେଶକ ମୁସ୍ତାଫା କେଶୱାରୀ ନିଜେ ଏପ୍ରିଳରେ କରୋନା ନାମକ ଏକ ଫିଲ୍ମରେ ନିର୍ମାଣ କରିଥିବା ସୂଚନା ରହିଛି । ଫିଲ୍ମର ଟ୍ରେଲରର ଶୁଭାରମ୍ଭ ସମୟରେ ରାମ ଗୋପାଳ ଭର୍ମା ସୋସିଆଲ ମିଡ଼ିଆରେ କହିଛନ୍ତି ଯେ ଫିଲ୍ମର କାହାଣୀ ଲକଡାଉନ ଉପରେ ଆଧାରିତ ଏବଂ ଏହା ଲକଡାଉନ ବେଳେ ହିଁ ସୁଟିଂ କରାଯାଇଛି ।

Get real time updates directly on you device, subscribe now.