fbpx

ଭାରତରେ ମିଳିଥିବା କରୋନା ଭାରିଆଣ୍ଟର ନାମକରଣ କଲା ହୁ’, ଜାଣନ୍ତୁ କଣ

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ପ୍ରଥମଥର ପାଇଁ ଭାରତରେ ମିଳିଥିବା କରୋନା ଭୁତାଣୁର ଭାରିଆଣ୍ଟର ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ’ । ଦେଶରେ ଦେଖାଦେଇଥିବା କୋଭିଡ୍ ର ମ୍ୟୁଟାଣ୍ଟ ବି.୧. ୬୧୭.୨ ହୋଇଥିବାବେଳେ ଏହାକୁ ଭାରତ ଭାରିଆଣ୍ଟ ବୋଲି କୁହାଯିବାକୁ ନେଇ ଆପତ୍ତି କରିଥିଲା ନୂଆଦିଲ୍ଲୀ । ଏବେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ଡେଲଟା’ କରିଛି । ସେହିପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ନାଁ ବିଟା ଓ ବ୍ରାଜିଲ ଷ୍ଟ୍ରେନର ନାଁ ଗାମା ରଖାଯାଇଛି । ଏଥିସହ ବିଶ୍ୱର ଅନ୍ୟାନ୍ୟ ଭାଗରେ ଦେଖାଯାଇଥିବା କରୋନାର ଅନ୍ୟ ଭାରିଆଣ୍ଟର ମଧ୍ୟ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କରୋନା ଭାରିଆଣ୍ଟକୁ ସହଜରେ ମନେ ରଖିବା ପାଇଁ ଏପରି ନାମ କରାଯାଇଛି । ପ୍ରାୟ ୨୪ଟି ଅକ୍ଷରକୁ ନେଇ ଆଲ୍ଫାରୁ ଓ ମେଗା ଯାଏଁ ନାମକରଣ କରାଯାଇଛି । ଯେଉଁ ଦେଶରୁ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି, ସେହି ଦେଶ ସହିତ ନାମକରଣ କରିବା ପରେ ଆପତ୍ତି ହୋଇଥିଲା । ତେଣୁ ସ୍ୱତନ୍ତ୍ର ନାମକରଣ କରି ହୁ ଏହି ବିବାଦକୁ ଦୂର କରିପାରିଛି । ତେବେ ଏହାର ବୈଜ୍ଞାନିକ ନାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

 

Get real time updates directly on you device, subscribe now.