fbpx

ତତେ କରୋନା ହେଉ ..

କରୋନାର ଭୟାବହତା ଏବେ ସାରା ବିଶ୍ୱର ୧୯୯ ଟି ଦେଶକୁ ବ୍ୟାପିଗଲାଣି । ପ୍ରତିଦିନ ମୃତ୍ୟୁର ନୂଆ ନୂଆ ଖବର ଆସୁଛି । ଆତଙ୍କିତ ସାରା ବିଶ୍ୱ । ପରିସ୍ଥତି ଏପରି ଯେ ଲୋକେ କରୋନା ନାଁ ଶୁଣିଲେ ଡରୁଛନ୍ତି । ତେଣୁ ପରସ୍ପର ଉପରେ ରାଗ ସୁଝାଇବାକୁ ଲୋକେ ଏବେ ଆଉକିଛି ନୁହେଁ ବରଂ ତତେ କରୋନା ହେଉ ଭଳି ଗାଳି ଦେବାକୁ ଆରମ୍ଭ କଲେଣି ।ଏକଥା ଆଉ କେଉଁଠି ନୁହେଁ ବରଂ ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଏକ ନ୍ୟାୟାଳୟରେ ଦେଖିବାକୁ ମିଲିଛି ।ନିଜ ପସନ୍ଦ ମୁ୍ତାବକ ରାୟ ନମିଳିବାରୁ ଓକିଲ ଜଣକ ବିଚାରପତିଙ୍କୁ କରୋନା ହେଉବୋଲି ଅଭିଶାପ ଦେବାକୁ ପଛାଇନାହାନ୍ତି । କଲିକତା ହାଇକୋର୍ଟରେ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠରେ ଏକ ମାମଲାର ଶୁଣାଣି ବେଳେ ଓକିଲ ବିଜୟ ଅଧିକାରୀ ତାଙ୍କ ଉପରେ ରାଗି ଭଗବାନ କରନ୍ତୁ ଆପଣଙ୍କୁ କରୋନା ହେଉ ଏବଂ ଅପଣଙ୍କ କ୍ୟାରିୟର ବରବାଦ ହୋଇଯାଉ ବୋଲି କହିଥିଲେ । ତୁରନ୍ତ ବିଚାରପତି ଜଣକ ତାଙ୍କୁ ଅଦାଲତ ଅବମାନନା ନୋଟିସ ଧରାଇଦେଇଥିଲେ । ବିଚାର ପତି ଏହା ମଧ୍ୟ କହିଥିଲେ କି ନାଁ ମତେ ଭବିଷ୍ୟତର ଚିନ୍ତା ଅଛି ନାଁ କରୋନା ଡର ।

Get real time updates directly on you device, subscribe now.