fbpx

କରୋନାର ନୂଆ ଷ୍ଟ୍ରେନ ଦ୍ୱିତୀୟ ୱେଭ ନୁହେଁ : DMET

Advertisement

ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱର ହଇଚଇ ସୃଷ୍ଟି ହୋଇଛି । ଏନେଇ ଅନେକ ଦେଶ ବ୍ରିଟେନକୁ ଯିବା-ଆସିବା କରୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବ୍ରିଟେନ ଫେରାନ୍ତଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି DMET ସିବିକେ ମହାନ୍ତି । ସେ କହିଛନ୍ତି ଯେ, ଆତଙ୍କିତ ନୁହେଁ ସଚେତନ ରହିବା ଜରୁରୀ । ପୂର୍ବଭଳି ସମସ୍ତ ନିୟମ ମାନିବାକୁ କହିଛନ୍ତି DMET । ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କୁ ଜଣାଇବାକୁ କୁହାଯାଇଛି । ପୂର୍ବ କରୋନା ରୋଗୀଙ୍କ ଭଳି ଲକ୍ଷଣ ସମାନ ରହିଛି । ନୂଆ ଷ୍ଟ୍ରେନରେ ସଂକ୍ରମଣ ଅଧିକ ରହୁଥିବା ବିଶେଷଜ୍ଞମାନେ କହୁଛନ୍ତି । ବ୍ରିଟେନର ପୂର୍ବ ୩ମାସର ସଂକ୍ରମଣ ହାର ଦେଖିଲେ ସେପରି ହୋଇନି ।

ଏହା ସହ ସେ କହିଛନ୍ତି, ‘ମୁକାବିଲା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ । ବ୍ରିଟେନ ଫେରନ୍ତାଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଛି । ନୂଆ ଷ୍ଟ୍ରେନ କି ପୁରୁଣା ଷ୍ଟ୍ରେନ୍ ଅନୁଧ୍ୟାନ କରାଯାଉଛି । ବର୍ତ୍ତମାନ ଦ୍ବିତୀୟ ଲହରୀର ଆଶଙ୍କା ଉପୁଜି ନାହିଁ । ସ୍ଥିତିକୁ ଦେଖି ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ।’

Get real time updates directly on you device, subscribe now.