fbpx

ସାଙ୍ଘାଇରେ କରୋନାର ଅସମ୍ଭାଳ ସ୍ଥିତି; ଘରୁ ଗୋଡ଼ କାଢ଼ିବା ଉପରେ ବି ପ୍ରତିବନ୍ଧକ

AAKASH

ନୂଆଦିଲ୍ଲୀ: ଯେଉଁ ଚୀନରୁ କରୋନାର ଉତ୍ପତ୍ତି ହୋଇଥିଲା ବର୍ତ୍ତମାନ ସେଠାରେ କରୋନାର ଅସମ୍ଭାଳ ସ୍ଥିତି ଦେଖିବାକୁ ମିଳୁଛି । ଚୀନରେ କରୋନା ଆରମ୍ଭରୁ ଦୁଇ ବର୍ଷ ମଧ୍ୟରେ ବେଶ୍ ନିୟନ୍ତ୍ରଣ ରହିଥିଲା କିନ୍ତୁ ଏବେ ସେଠାରେ ସଂକ୍ରମଣ ନିୟନ୍ତ୍ରଣ ବାହାରେ ରହିଛି । ଚୀନର ସାଙ୍ଘାଇ ସହରରେ କରୋନାର ହାହାକାର ଦେଖାଦେଇଛି । ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ମଧ୍ୟ ଦିଆଯାଉନାହିଁ । ସବୁଠାରୁ ଅଧିକ ପ୍ରଭାବିତ ସାଙ୍ଘାଇ ସହରରେ ୧୮୪୯୫ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏଥିରେ ୧୫୮୬୧ ନୂଆ ମାମଲା ବିନା ଲକ୍ଷଣ ରହିଛି । ଚୀନର ସ୍ଥାନୀୟ ପ୍ରଶାସନ କରୋନା ସ୍ଥିତି ଉପରେ କାବୁ ରଖିବା ପାଇଁ ଜିରୋ ଟ୍ରାନ୍ସମିଶନ ନୀତି ଆପଣାଇଛନ୍ତି ।

ଏହା ସହ ଅଧିକ ପ୍ରଭାବିତ ଅଞ୍ଚଳକୁ ନାକାବନ୍ଦୀ କରି ରଖାଯାଇଛି । ରାସ୍ତାଘାଟ ଶୂନଶାନ୍ ରହିଛି ଏବଂ ବିନା ଅନୁମତିରେ କାହାରିକୁ ଘରୁ ବାହାରକୁ ଯିବାକୁ ଦିଆଯାଉନାହିଁ । ଏମିତିକି ଘରୁ ଦୁଆରକୁ ମଧ୍ୟ ବହାରିବାକୁ ଅନୁମତି ଦିଆଯାଉନାହିଁ । ତେବେ କେବଳ ଗୋଟିଏ ପରିବାରରୁ ଗୋଟିଏ ଦିନରେ କେବଳ ଜଣକୁ ବାହରକୁ ଯାଇ ଜରୁରୀ ସାମଗ୍ରୀ ଆଣିବାକୁ ଅନୁମତି ରହିଛି । କରୋନା ହେଲେ କ୍ୱାରେଣ୍ଟାଇନ ସେଣ୍ଟରରେ ଭର୍ତ୍ତି କରାଯାଉଛି । ସ୍ଥାନୀୟ ଲୋକଙ୍କ ଘରେ ଖାଦ୍ୟପେୟର ମଧ୍ୟ ଅସୁବିଧା ଦେଖାଦେଇଛି । ମଲ୍, ସପିଂ ସେଣ୍ଟର ସବୁ ବନ୍ଦ ରହିଛି ।

ରିପୋର୍ଟ ଅନୁଯାୟୀ ବୁଧବାର କୋଭିଡର ୧୯,୩୮୨ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଅଧିକାଂଶ ମାମଲା ସାଙ୍ଘାଇରେ ରହିଛି । ସେହିପରି ୨୦୧୯ ରୁ କୋଭିଡ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ଦେଶରେ ସଂକ୍ରମଣ ଯୋଗୁଁ ୪,୬୬୩ ଲୋକଙ୍କ ମୃତ୍ୟୁ ହୋଇଛି ।

ଅଧିକାରୀ ଗତ କିଛି ଦିନରେ ସାଙ୍ଘାଇରେ କୋଭିଡ-୧୯ କାରଣରୁ ବଢ଼ୁଥିବା ମୃତ୍ୟୁକୁ ପାଇଁ ବୟସ୍କଙ୍କ ମଧ୍ୟରେ କମ ଟିକାକରଣକୁ ଦାୟୀ କରିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା ଦେଶ ପାଇଁ ଗମ୍ଭୀର ଚେତାବନୀ । ସାଙ୍ଘାଇ ସରକାର ଅଧିକାରୀ ମାନେ ଶୁକ୍ରବାର କହିଥିଲେ ଯେ ସହରର ୩୬ ଲକ୍ଷ ବୟସ୍କ ମଧ୍ୟରୁ କେବଳ ୬୨ ପ୍ରତିଶତ ଲୋକ ସଂପୂର୍ଣ୍ଣ ଟିକା ନେଇଛନ୍ତି । ବୁଷ୍ଟର ଡୋଜ୍ ମାତ୍ର ୩୮ ପ୍ରତିଶତ ଲୋକ ନେଇଛନ୍ତି ।

Get real time updates directly on you device, subscribe now.