fbpx

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି

ନୂଆଦିଲ୍ଲୀ,୧୫ ।୩: ଭାରତରେ କରୋନା ଭାଇରସ୍ ବହୁ ତୀବ୍ରରେ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୦୮ ଜଣ କରୋନା ଭୂତାଣୁରେ ପୀଡିତ ଅଛନ୍ତି । ସେଥିମଧ୍ୟରୁ ୧୧ ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଉଛି। ତେଲେଙ୍ଗାନାରେ କରୋନାର ନୂତନ ମାମଲା ମଧ୍ୟ ସାମ୍ନାକୁ ଆସିଛି। ପରିସ୍ଥିତିକୁ ଅନୁଧ୍ୟାନ କରାଯାଇ ବହୁ ରାଜ୍ୟରେ କରୋନାକୁ ମହାମାରୀ ଭାବେ ଘୋଷଣା କରାଯାଇଛି । ବହୁ ସହରରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି ।
ସୁରକ୍ଷା ଦୃଷ୍ଟିରୁ ପୋଲିସ କର୍ମଚାରୀମାନଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.