fbpx

ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି, ପୂଜା କରିବା ବେଳେ ସେବାୟତମାନେ ପିନ୍ଧିବେ ମାସ୍କ୍

ପୁରୀ, ୧୫ା୩(ଓଡ଼ିଶା ଭାସ୍କର): ପୁରୀରେ ଛତିଶା ନିଯୋଗ ବୈଠକରେ କରୋନା ସତର୍କତାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ପୁରୀ ଆସୁଥିବା ଭକ୍ତଙ୍କ ଉପରେ ଏଣିକି ନଜର ରଖାଯିବ । ଦର୍ଶନାର୍ଥୀଙ୍କ ପାଇଁ ଅରୁଣସ୍ତମ୍ଭ ଓ ଗରୁଡ଼ସ୍ତମ୍ଭ ଛୁଇଁବା ଉପରେ ବାରଣ କରାଯାଇଛି । ଏହାସହ କୌଣସି ଦେବାଦେବୀ ଓ ପଦାର୍ଥକୁ ଛୁଇଁବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ଦର୍ଶନାର୍ଥୀଙ୍କୁ ନିଜସ୍ୱ ଘୋଷଣାପତ୍ର ବାଧ୍ୟତାମୂଳକ କରାଯିବା ସାଙ୍ଗକୁ ପୂର୍ବ ଗସ୍ତାବଳୀର ମଧ୍ୟ ଅନୁଧ୍ୟାନ କରାଯିବ ।

ଏହାସହ ମନ୍ଦିରରେ ପୂଜା କରିବା ବେଳେ ସେବାୟତମାନେ ମାସ୍କ ପିନ୍ଧିବେ । ବାରମ୍ବାର ହାତ ଧୋଇବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି । ସେବାୟତମାନେ ଭକ୍ତଙ୍କ ଆଖିରେ କର୍ପୂର ଲଗାଇବେନି । ଅରୁଣସ୍ତମ୍ଭ ଓ ଗରୁଡ଼ସ୍ତମ୍ଭକୁ ଛୁଇଁବାରେ ମଧ୍ୟ କଟକଣା ଲାଗୁ ହୋଇଛି । ଏପ୍ରିଲ ୧୫ଯାଏଁ ଭିତର କାଠ ଦର୍ଶନ ବନ୍ଦ କରାଯାଇଛି । ଭିତରକାଠ ପାଖରୁ ଠାକୁର ଦର୍ଶନ ଉପରେ କଟକଣା ହୋଇଛି । ଜଗମୋହନ ଭିତରେ ଜନସମାଗମ ଓ ଅରୁଣସ୍ତମ୍ଭ ପାଖରେ ଜନସମାଗମ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ଏଣିକି ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ ।

ଆଜି ପୁରୀରେ ଛତିଶଗଡ଼ ନିଯୋଗ ବୈଠକ ହୋଇଥିଲା । ଛତିଶା ନିଜୋଗର ଜରୁରୀ ବୈଠକରେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ, ନିଜୋଗର ସମସ୍ତ ସଦସ୍ୟ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ  ରହିଥିଲେ। ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବସିଥିବା ବୈଠକରେ କରୋନା ସତର୍କତା ନେଇ ଆଲୋଚନା ହୋଇଥିଲା । ଆଲୋଚନା ପରେ ବୈଠକରେ ଏହିପରି ବଡ଼ ନିଷ୍ପତ୍ତି ନିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି । ଭାରତରେ କରୋନାରେ ୨ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।

Get real time updates directly on you device, subscribe now.