fbpx

କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି

ଗଞ୍ଜାମ, ୧୫ା୩(ଓଡ଼ିଶା ଭାସ୍କର): କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେହି ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଚ ଉପରେ କଟକଣା ଜାରି ହୋଇଛି । ତାରାତାରିଣୀ ଯାତ୍ରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଚୈତ୍ର ଯାତ୍ରାରେ କେବଳ ସ୍ଥାନୀୟ ଲୋକ ହିଁ ଦେବୀଙ୍କୁ ପୂଜା କରିବା ନେଇ ଅନୁମତି ଦିଆଯାଇଛି । ଯାତ୍ରାରେ ମୁଣ୍ଡନ ଉପରେ ମଧ୍ୟ କଟକଣା ଲଗାଇଛି ପ୍ରଶାସନ । ଏହାସହ ସ୍ୱତନ୍ତ୍ର ବସ୍ ସେବା ଉପରେ କଟକଣା ଲଗାଯାଇଛି । ଜିଲ୍ଲା ଓ ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ନଆସିବାକୁ ମଧ୍ୟ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି । ଭାରତରେ କରୋନାରେ ୨ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।

Get real time updates directly on you device, subscribe now.