fbpx

କରୋନା ଭାଇରସ୍: କେରଳରେ ପ୍ରଥମ ମୃତ୍ୟୁ

ଏର୍ନାକୁଲମ,୨୮ ।୩: ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦କୁ ବୃଦ୍ଧି ପାଇଥିବା ବେଳେ ଏଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇସାରିଛି । କରୋନା ଯୋଗୁଁ କେରଳରେ ପ୍ରଥମ ମୃତ୍ୟୁ ମାମଲା ସାମନାକୁ ଆସିଛି । ୬୯ ବର୍ଷୀୟା ମହିଳା ଜଣକ ନିକଟରେ ଦୁବାଇରୁ ଫେରିଥିବା ବେଳେ ତାଙ୍କୁ ଏର୍ନାକୁଲମ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ଠାରେ ନିମୋନିଆ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଏହା ସହ ମହିଳାଙ୍କୁ ପୂର୍ବରୁ ହାଇ ବିପି ଓ ହାର୍ଟ ଡିଜିଜ୍ ଥିବା ସୂଚନା ମିଳିଛି । ଆଜି ସକାଳ ୮ଟାରେ ମହିଳାଙ୍କ ମୃତ୍ୟୁ ହେବା ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି ।

କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଗତକାଲି କହିଥିଲେ ଯେ, ରାଜ୍ୟରେ ଶୁକ୍ରବାର ଦିନ ୩୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୧୬୪ ଜଣ ଏହି ଭାଇରସରେ ସଂକ୍ରମଣ ହୋଇସାରିଛନ୍ତି ।

Get real time updates directly on you device, subscribe now.