fbpx

ଟ୍ରେନ୍ ବଗିକୁ କରାଯାଉଛି କରୋନା ଆଇସୋଲେସନ ୱାର୍ଡ, ଦେଖନ୍ତୁ ଫଟୋ

ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା । କେବଳ ଗତକାଲି ୧୫୧ ଜଣଙ୍କ ନମୁନା ପଜେଟିଭ ଆସିଛି । ଚୀନ ,ଇଟାଲୀ ଓ ଆମେରିକାର ସ୍ଥିତି ଦେଖି ନିଜକୁ ପ୍ରସ୍ତୁତ କରୁଛି ଭାରତ । ଏହି ପ୍ରମୂଖ ବିକାଶଶୀଳ ଦେଶମାନଙ୍କରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଥିଲେ ବି ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଆବଶ୍ୟକୀୟ ଆଇସୋଲେସନ ୱାର୍ଡର ଅଭାବ ପଡୁଛି ।ଏହାକୁ ନଜରରେ ରଖି ୧୨୫କୋଟି ଜନସଂଖ୍ୟା ବିଶିଷ୍ଠ ଆମ ଦେଶରେ ଏବେ ଟ୍ରେନ ବଗି ଗୁଡିକୁ ଆଇସୋଲେସନ ୱାର୍ଡରେ ପରିବର୍ତ୍ତିତ କରାଯାଉଛି । ଗୋଟିଏ କୋଚରେ ୬ଟି ବର୍ଥକୁ ମିଶାଇ ଜଣେ ରୋଗୀ ରହିବା ଭଳି ବ୍ୟବସ୍ଥା କରାଯାଉଛି ।

Get real time updates directly on you device, subscribe now.