fbpx

ଛୁଟିରେ ଘରେ ରହି ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): କରୋନା ମୁକାବିଲା ନେଇ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଛାତ୍ରଛାତ୍ରୀଙ୍କୁ ଘରେ ରହି ପାଠ ପଢ଼ିବା ପାଇଁ ମନ୍ତ୍ରୀ ସମୀର ଦାସ ପରାମର୍ଶ ଦେଇଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କୁ ୩ମାସର ମଧ୍ୟାହ୍ନ ଭୋଜନ ଦିଆଯାଇଛି । ଜୁନ ୧୫ରେ ପୁନର୍ବାର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସେ କହିଛନ୍ତି । ପିଲାଙ୍କ ନିକଟରେ ବହି ପହଞ୍ଚାଇବାକୁ ଶିକ୍ଷା ବିଭାଗ ଚେଷ୍ଟା କରୁଛି । ଛୁଟି ସମୟରେ ବିଭିନ୍ନ ବିଷୟରେ ଜ୍ଞାନ ଅର୍ଜନ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

କରୋନା ସତର୍କତା ନେଇ ରାଜ୍ୟ ଲକ୍ ଡାଉନ ରହିଛି । ଏନେଇ ସମସ୍ତ ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ କିପରି ନହେବେ ସେଥିପ୍ରତି ଧ୍ୟାନ ଦିଆଯାଉଛି ।

Get real time updates directly on you device, subscribe now.