fbpx

ସାନିଟାଇଜରକୁ ମଦ ଭାବି ପିଇଦେଲେ କଏଦୀ: ଜେଲରେ ହିଁ ସଫା

କେରଳର ଏକ ଜେଲରେ କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ ସାନିଟାଇଜରକୁ ମଦ ଭାବି ପିଇଦେଇଛନ୍ତି ଜଣେ କଏଦୀ । ଫଳସ୍ୱରୂପ କାରାଗାରରେ ହିଁ କଏଦୀଙ୍କ ମୃତ୍ୟୁ ଘଟିଛି । ରିମାଣ୍ଡରେ ଆସିଥିବା କଏଦୀଙ୍କ ମୃତ୍ୟୁ ସମ୍ପର୍କରେ ଜେଲ ଅଧିକାରୀ କହିଛନ୍ତି ଯେ, ସାନିଟାଇଜର ପିଇବା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲା ।’

ତେବେ ଗତ ଫେବ୍ରୁଆରି ୧୮ରେ ରିମାଣ୍ଡରେ ଆସିଥିଲେ କଏଦୀ ରାମନକୁଟ୍ଟୀ । ଜେଲ ଭିତରେ ସାନିଟାଇଜରକୁ ମଦ ଭାବି ପିଇଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଜେଲ ପରିସରରେ ନିର୍ମିତ ସାନିଟାଇଜରକୁ ହିଁ ସେ ପିଇଥିବା ଜେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରିଛି । ପୋର୍ଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ସାମନାକୁ ଆସିବ ।

Get real time updates directly on you device, subscribe now.