fbpx

କରୋନା ଭୂତାଣୁ କେଉଁଠି କେତେ ସମୟ ରହିପାରେ, ଜାଣନ୍ତୁ ବଞ୍ଚିବେ କେମିତି ?

କବାଟ ହ୍ୟାଣ୍ଡେଲ ,ମୋବାଇଲ୍ ଓ ଲ୍ୟାପଟପ୍ ବି କରୋନା ବାହକ,ବାହାରକୁ ଯାଇ ଆସିବା ପରେ ପୋଷାକ ଧୋଇବାକୁ ଭୁଲନ୍ତୁ ନାହିଁ ।

.କରୋନା ଭୂତାଣୁ ତମ୍ବା ବାସନରେ ରହେ ୪ ଘଣ୍ଟା
.କାର୍ଡବୋର୍ଡରେ ରହେ ୨୪ ଘଣ୍ଟା
.ପ୍ଳାଷ୍ଟିକରେ ରହେ ୭୨ ଘଣ୍ଟା
.ଷ୍ଟିଲରେ ରହେ ୭୨ ଘଣ୍ଟା
.ପବନରେ ରହେ ୩ ଘଣ୍ଟା
.କାଚ ଉପରେ ରୁହେ ୭୨ ଘଣ୍ଟା
ଆପଣ ବାହାରକୁ ଯାଉଛନ୍ତି କି? ଫେରିବା ପରେ ପୋଷାକ ନିଶ୍ଚିତ ଧୁଅନ୍ତୁ । କାରଣ ଆପଣଙ୍କ ପୋଷାକରେ ମଧ୍ୟ ଥାଇପାରେ କରୋନା ଭୁତାଣୁ । କାରଣ ଆପଣ ବାହାରକୁ ଗଲା ପରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । କାହା ମାଧ୍ୟମରେ ବି ଆପଣ ସଂକ୍ରମିତ ହୋଇପାରନ୍ତି ।
ଜୋତା ,ଚପଲ ପାଇଁ କରୋନା ବ୍ୟାପେନାହିଁ । କିନ୍ତୁ ଯଦି ଘଣ୍ଟା ପିନ୍ଧି ବାହାରକୁ ଯାଉଛନ୍ତି ତେବେ ନିଶ୍ଚୟ ଏହାକୁ ଘରେ ପହଞ୍ଚିବା ପରେ ସାନିଟାଇଜ୍ କରନ୍ତୁ ।
କମ୍ପ୍ୟୁଟର, ଲ୍ୟାପଟପ୍ ,ମୋବାଇଲ ବ୍ୟବହାର କରୁଛନ୍ତି କି ? କି ବୋର୍ଡ ଓ ସ୍କ୍ରିନରେ ଦୀର୍ଘ ସମୟ ରହିପାରେ କରୋନା ଭୁତାଣୁ ।ତେଣୁ ଏଗୁଡିକ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରନ୍ତୁ ।


ପବନରେ ବି ସକ୍ରିୟ ରହେ ଏହି ମାରାତ୍ମକ ଭୂତାଣୁ । ଅବଶ୍ୟ ମାତ୍ର କେତେ ମିନିଟ ପାର୍ଯ୍ୟନ୍ତ ହିଁ ରହିପାରେ । ସେଥିପାଇଁ ତ ବାହାରକୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Get real time updates directly on you device, subscribe now.