fbpx

କରୋନାରେ କେବଳ ଆମେରିକାରେ ମରିବେ ୮୦ହଜାର ଲୋକ !

ମହାମାରୀ କରୋନାରେ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୨୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏବେ ବି ଅନ୍ୟୁନ ୬ ଲକ୍ଷ ଲୋକ ଆକ୍ରାନ୍ତ । କିନ୍ତୁ ଗବେଷକଙ୍କ ଦାବି ମୁତାବକ ଏହି ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ । କେବଳ ଆମେରିକାରେ କରୋନାରେ ୮୦ ହଜାର ଲୋକଙ୍କ ମୃତ୍ୟୁର ଆଶଙ୍କା ରହିଛି । ଗତ ଜାନୁଆରୀ ୨୧ ତାରିଖରେ ଆମେରିକାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏବେ ମାତ୍ର ଦୁଇମାସ ୭ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୦୦ ଟପିଲାଣି । ଏହି ଅନୁପାତରେ ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ଜୁଲାଇ ମାସ ବେଳେକୁ କେବଳ ଆମେରିକାରେ ମୃତ୍ୟୁସଂଖ୍ୟା ୮୦ ହଜାର ପାର କରିବ । ଆକଳନ ଅନୁସାରେ ଦୈନିକ ୨୩୦୦ ଲେକେ ମୃତ୍ୟୁମୁଖରେ ପଡିବେ ।

Get real time updates directly on you device, subscribe now.