fbpx

କରୋନ ଭାଇରସ: ଦେଶରେ ନବମ ମୃତ୍ୟୁ

କୋଲକାତା,୨୩ ।୩: ସାରା ବିଶ୍ୱରେ କରୋନା ଭାଇରସ୍ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଭାରତରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ପଶ୍ଚିମବଙ୍ଗରେ କରୋନା ଭାଇରସରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କର ଆଜି ହୃତଘାତ ଯୋଗୁଁ ମୃତ୍ୟୁ ଘଟିଛି । ସେ ଓ ତାଙ୍କ ପରିବାର ଇଟାଲୀରୁ ଫେରିଥିଲେ । କୋଲକାତାର ଡମ୍ ଡମ୍ ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତିଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା । ମୃତ ବ୍ୟକ୍ତିଙ୍କ ପରିବାରକୁ ଦକ୍ଷିଣ କୋଲକାତାର ଏକ ମେଡିକାଲରେ ଭର୍ତ୍ତିି କରାଯାଇଛି ।’

ତେବେ ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଦେଶର ମହାରଷ୍ଟ୍ର ଓ କେରଳରେ କରୋନା ନେଇ ଅଧିକ ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.