fbpx

କରୋନା ଭାଇରସ୍: ଦେଶରେ ସପ୍ତମ ମୃତ୍ୟୁ

ନୂଆଦିଲ୍ଲୀ,୨୨ ।୩: କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ଏହାରି ମଧ୍ୟରେ କରୋନା ସଂକ୍ରମିତ ଏକ ବୟସ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଏହି ମାମଲା ଗୁଜୁରାଟର ସୁରଟରୁ ଆସିଛି । ଦେଶରେ କରୋନା ଭାଇରସ ଯୋଗୁଁ ଏହା ସପ୍ତମ ମୃତ୍ୟୁ ହୋଇଥିବା ବେଳେ ଗୁଜୁରାଟରେ ଏହା ପ୍ରଥମ ମୃତ୍ୟୁ ।

ରିପୋର୍ଟ ମୁତାବକ, ସୁରଟର ଏକ ଘରୋଇ ମେଡିକାଲରେ ୬୭ ବୟସର ଜଣେ ବୃଦ୍ଧା ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଛି । କରୋନାରେ ପୀଡିତ ଏହି ବ୍ୟକ୍ତି ଟ୍ରେନ୍ ଯୋଗେ ଦିଲ୍ଲୀ ଓ ଜୟପୁରରୁ ସୁରଟକୁ ଆସିଥିବା ଜଣାପଡିଛି ।

କରୋନା ଭାଇରସରେ ଦେଶରେ ୩୪୬ଜଣ ଆକ୍ରାନ୍ତ ଥିବା ବେଳେ ଓଡ଼ିଶାରେ ୨ଜଣ କରୋନାରେ ଆକ୍ରାନ୍ତ ରହିଥିବା ସୂଚନା ରହିଛି ।

Get real time updates directly on you device, subscribe now.