fbpx

ଆସନ୍ତାକାଲି ଠାରୁ ଅନ୍ତଃରାଜ୍ୟ ବସ୍ ବନ୍ଦ: ବାଗଚୀ

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): କରୋନା ମୁକାବିଲା ନେଇ ଆଇସି ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ଠାରୁ ରାଜ୍ୟରୁ ବନ୍ଦ ରହିବ ଅନ୍ତଃରାଜ୍ୟ ବସ୍ ସେବା । ଓଡିଶାରୁ କୌଣସି ବାହାର ରାଜ୍ୟରୁ ବସ୍ ଚାଲିବନି କି ଆସିବନି । କାଲି ଦିନ ୧୧ଟାରୁ ରାଜ୍ୟ ଭିତରକୁ କୌଣସି ବସ୍ ଆସିବ ନାହିଁ । ଲକ୍-ଡାଉନ୍ ବେଳେ ମାଲବାହୀ ଯାନ ଉପରେ କଟକଣା ଲାଗିବନି । ରାଜ୍ୟସ୍ତରୀୟ କମିଟି ମାଲବାହୀ ଯାନର ଚଳାଚଳ ନେଇ ନିଷ୍ପତ୍ତି ନେବେ ।’


ଏହା ସହ ବାଗଚୀ କହିଛନ୍ତି ଯେ, କରୋନା ବର୍ତ୍ତମାନ ସୁଦ୍ଧା ୧୮୮ ଦେଶକୁ ବ୍ୟାପିସାରିଛି । ଆଜି ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୦୮,୫୬୪କୁ ବୃଦ୍ଧି ପାଇଛି । ୩୧ ମାର୍ଚ୍ଚ ଯାଏଁ ଯାତ୍ରୀବାହୀ ଟ୍ରେନ୍ ବନ୍ଦ ରହିବ । ରାଜ୍ୟରେ ଚିହ୍ନଟ ହୋଇଥିବା ୨ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଓଡ଼ିଶାରେ ୨ଜଣ କରୋନା ପଜିଟିଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ବିଦେଶରୁ ରାଜ୍ୟକୁ ଫେରିଥିବା ୩,୪୭୪ ଜଣ ପଞ୍ଜୀକୃତ ହୋଇଛନ୍ତି । ଏପର୍ଯ୍ୟନ୍ତ ୭୬ ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରାଯାଇଛି । ଆଉ ୭୬ଟି ନମୁନା ମଧ୍ୟରୁ ଏବେ ବି ୨ ପଜିଟିଭ୍ ରହିଥିବାବେଳେ ଅନ୍ୟ ସବୁ ନେଗେଟିଭ୍ ରହିଛି ।’

ଏହା ସହ ବାଗ୍‌ଚୀ କହିଛନ୍ତି ଯେ, ଲୋକଙ୍କୁ କେବଳ ୮ ଦିନ ରୁଦ୍ଧଦ୍ଵାରରେ ରହିବାକୁ କୁହାଯାଇଛି । ମହାପ୍ରଭୁ ଜଗନ୍ନାଥ ମଧ୍ୟ ୨୨ ଥର ଲକ୍‌ଡାଉନରେ ରହିଥିଲେ । ଶତ୍ରୁ ଆକ୍ରମଣ ସମୟରେ ସେବକମାନେ ଜଗନ୍ନାଥଙ୍କୁ ସ୍ଥାନାନ୍ତର କରିଥିଲେ । ଜଗନ୍ନାଥ ବର୍ଷ ବର୍ଷ ଧରି ରୁଦ୍ଧ ଦ୍ବାରରେ ଥିଲେ।’

Get real time updates directly on you device, subscribe now.