fbpx
BSKY SKY
BSKY SKY

ମାର୍ଚ୍ଚ ୧ରେ ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ: ବୃହସ୍ପତି-ଶୁକ୍ର ହେବେ ନିକଟତର

BSKY

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୧ ତାରିଖରେ ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ସୌର ଜଗତର ଦୁଇଟି ଉଜ୍ୱଳତମ ଗ୍ରହ ବୃହସ୍ପତି ଓ ଶୁକ୍ର ନିକଟତର ହେବେ। ପଶ୍ଚିମ ଆକାଶରେ ଏହି ଦୁଇ ଗ୍ରହ ଅତି ପାଖାପାଖି ଦେଖାଦେବେ।
ସେମାନଙ୍କ ଭିତରେ ବ୍ୟବଧାନ ରହିବ ମାତ୍ର ୦.୫ ଡିଗ୍ରୀ। ଯାହାକି ପୂର୍ଣ୍ଣଚନ୍ଦ୍ରର ବ୍ୟାସ ସହ ସମାନ। ଏହା ଏକ ବିରଳ ଜାଗତିକ ଦୃଶ୍ୟ। ଯାହାକି ପ୍ରତି ଦୁଇରୁ ତିନି ବର୍ଷ ମଧ୍ୟରେ ଥରେ ଘଟିଥାଏ ଓ ମହାକାଶରେ ଦେଖା ଯାଇଥାଏ। ଗତ ଫେବ୍ରୁଆରୀ ୧
ତାରିଖରେ ଏମାନେ ୨୯ ଡିଗ୍ରୀ ଦୂରରେ ରହିଥିବା ବେଳେ ଏବେ କ୍ରମେ ନିକଟତର ହେଉଥିବା ଦେଖିବାକୁ ମିଳୁଛି।

ଏମାନଙ୍କ ମଧ୍ୟରେ ବର୍ତ୍ତମାନ ବ୍ୟବଧାନ ମାତ୍ର ୫ରୁ ୬ ଡିଗ୍ରୀ ଭିତରେ ରହୁଛି। ବର୍ତ୍ତମାନ ପଶ୍ଚିମ ଆକାଶରେ ଦୁଇଟି ଗ୍ରହ ଦେଖା ଯାଉଛି। ଧୀରେଧୀରେ ବୃହସ୍ପତି ତଳକୁ ଏବଂ ଶୁକ୍ର ଗ୍ରହ ଉପରକୁ ଗତି କରୁଥିବା ଦେଖିବାକୁ ମିଳୁଛି। ଆସନ୍ତା ମାର୍ଚ୍ଚ ୧ ତାରିଖରେ ଏହି ଦୁଇଟି ଗ୍ରହ ଅତି ପାଖାପାଖି ହୋଇଯିବେ। ଓଡ଼ିଶାବାସୀ ଏହି ମହାଜାଗତିକ ଦୃଶ୍ୟ ଦେଖି ପାରିବେ। ଆକାଶ ମେଘମୁକ୍ତ ରହିଲେ ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଆକାଶରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଖାଲି ଆଖିରେ ଦେଖି ହେବ। ବିଶେଷ କରି ସନ୍ଧ୍ୟା ୬ଟାରୁ ୭ଟା ଭିତରେ ଏହା ଦୃଶ୍ୟମାନ ହେବ। ଏହି ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକ ନାହିଁ ବୋଲି ପଠାଣିସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.