fbpx

କ୍ଷୀର ଉତୁରିବା, ଯାତ୍ରା ବେଳେ ଝିଟିପିଟି ପଡିବ ଆଣି ଥାଏ କେଉଁ ସଙ୍କେତ ଜାଣନ୍ତୁ, ଏହାପରେ କେଉଁ ମିଳେ ଫଳ …

ଦୁନିଆରେ ସମସ୍ତେ ସମୟ ଚକ୍ରରେ ତାଳ ଦେଇ ଚାଲିଥାନ୍ତି, ଦିନ ପରେ ରାତି ଯେପରି ଆସିଥାଏ ସେହିପରି ମଣିଷ ଦୁଃଖ ପରେ ସୁଖ ଭୋଗ କରିଥାଏ । ମଣିଷର ଭାଗ୍ୟରେ ଯାହାପାଇବାର ଥାଏ ତାହା ସେ ସେହି ସମୟ ଆସିଲା ପରେ ହିଁ ମିଳିଥାଏ । ସମୟ ବହୁତ ମୂଲ୍ୟବାନ, ଏହା ମଣିଷ ଜୀବନରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ ।

ଆପଣଙ୍କର କୌଣସି ଶୁଭ କାର୍ଯ୍ୟ ହେବାକୁ ଯାଉଥିଲେ ଆପଣକୁ ଆଗରୁ ସଙ୍କେତ ମିଳିଥାଏ ଏବଂ ଆପଣଙ୍କ ସହିତ କିଛି ଖରାପ ହେବାକୁ ଯାଉଥିଲେ ତାହାର ସଙ୍କେତ ମଧ୍ୟ ଆପଣକୁ ମିଳିଥାଏ । ଆଜି ଆପଣକୁ ଏମିତି କିଛି ସଙ୍କେତ ବିଷୟରେ ଜାଣିବେ ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ଆଗକୁ ଆସୁଥିବ ସମୟ ଆପଣଙ୍କ ପାଇଁ ଶୁଭ କି ଅଶୁଭ । ତେବେ ଆସନ୍ତୁ ଜାଣିବା ଏହି ସଙ୍କେତ ଗୁଡିକ ବିଷୟରେ…

– ସକାଳର ନିଦ ଅପଣଙ୍କର ଯଦି ସତେଜ କିମ୍ବା ସକାରାତ୍ମକ ଚିନ୍ତା ନେଇ ଭାଙ୍ଗିଥାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ହୋଇଥାଏ । ଏହି ଦିନଟି ଅପଣଙ୍କର ଖୁସିରେ କଟିବା ସହିତ ଆଗରୁ ରହିଥିବା ବଡ଼ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ ।
– ଏହା ବ୍ୟତୀତ ସକାଳର ନିଦ ଭାଙ୍ଗିଲା ମାତ୍ରେ ଆପଣ ଯଦି କାଉ କିମ୍ବା କୋଇଲିର ରାବ ଶୁଣିବାକୁ ପାଇଥାନ୍ତି ତେବେ ଆପଣଙ୍କ ଦିନଟି ଅତି ଶୁଭରେ କଟିଥାଏ ।
– ଆପଣ ଯଦି କୌଣସି କାର୍ଯ୍ୟରେ ଘରୁ ବାହାରିବା ସମୟରେ ଜଳ ପୂର୍ଣ୍ଣ ବାଲ୍ଟି ଦେଖି ବାହାରିଥାନ୍ତି ତେବେ ଆପଣ କାର୍ଯ୍ୟ ସଫଳତା ପାଇବା ସହିତ ଉନ୍ନତି ମଧ୍ୟ ହୋଇଥାଏ।
– ଯଦି ଆପଣ ବାଲ୍ଟିରୁ ପାଣି ବାହାରୁ ଥିବାର ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ,ଏହାଦ୍ୱାରା ଯାତ୍ରାରେ ବାଧା ହେବା ସହିତ କାର୍ଯ୍ୟରେ ଅସଫଳତା ଦେଖା ଦେଇଥାଏ।
-ଯଦି ମହିଳାମାନଙ୍କର ବାମ ଆଖି କିମ୍ବା ପୁରୁଷ ମାନଙ୍କ ଡାହାଣ ଆଖି ଡେଇଁବାର ଦେଖାଯାଏ ତେବେ ଏହି ସଙ୍କେତ ଆପଣକୁ ଶୁଭ ଖବର ଦେଇଥାଏ । ଏହାଦ୍ୱାରା ଆପଣ ମାନସନମାନ ଅର୍ଜନ କରିବା ସହିତ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିଥାନ୍ତି ।
-ଯେତେ ସାବଧାନରେ ଲକ୍ଷ୍ୟ କଲେ ମଧ୍ୟ ଯଦି ଘରେ କ୍ଷୀର ଉତୁରି ଯାଏ ତେବେ ଏହା ମଧ୍ୟ ଶୁଭ ହୋଇଥାଏ ।
– ଆପଣଙ୍କ ଘରେ ଯଦି ଝିଟିପିଟି ଝଗଡା ଲଗନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ । କିନ୍ତୁ ଝିଟିପିଟି ଯଦି ଆପଣଙ୍କର ଡାହାଣ କାନ୍ଧରେ କିମ୍ବା କାନରେ ଖସିପଡ଼େ ତେବେ ଏହା ବ୍ୟବସାୟରେ ଲାଭ ଓ ଦୂରଯାତ୍ରପରି ଶୁଭ ସଙ୍କେତ ଦେଇଥାଏ ।
-ଡାହାଣ ହାତର ପାପୁଲି ଯଦି କୁଣ୍ଡାଉଥାଏ ତେବେ ଧନ ପାଇବାରସଙ୍କେତ ମିଳିଥାଏ । ସକାଳର ନିଦ ଯଦି ଖରାପ ସ୍ୱପ୍ନରେ ଭାଙ୍ଗିଥାଏ ତେବେ ଆପଣଙ୍କର ସେହି ଦିନଟି ଖରାପରେ କଟିଥାଏ, ଏହିଦିନ ଆପଣ କୌଣସିଶୁଭକାର୍ଯ୍ୟ କରିପାରିବେ ନାହିଁ ।
-କୌଣସି ଜାଗାକୁ ଯାତ୍ରାରେ ବାହାରିଥିଲେ ବିଲେଇ ଯଦି ଆପଣଙ୍କ ଆଖିରେ ଆଖି ମିଶାଇ ବିକଟାଲିଆ ଭାବରେ ବୋବାଇଥାଏ ତେବେଆପଣଙ୍କ ଯାତ୍ରା ଅମଙ୍ଗଳ ହୋଇଥାଏ ।
-ଘରୁ ବାହାରିବା ସମୟରେ ଗାଈକୁ ତା ପିଲା ସହିତ ଥିବାର ଦେଖିଲେ ଏହା ଆପଣଙ୍କ ଯାତ୍ରାକୁ ଶୁଭ କରିଥାଏ ଏବଂ ଆପଣ ଆପଣଙ୍କ କାର୍ଯ୍ୟରେ ନିଶ୍ଚିତ ସଫଳତା ପ୍ରାପ୍ତ କରିଥାନ୍ତି ।

Get real time updates directly on you device, subscribe now.