fbpx

ତୃତୀୟ ଦିନରେ ଚାଲିଛି ଭୋଟ ଗଣତି, ବିଜୟ ପଥେ ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଏବେ ଚାଲିଛି ଭୋଟ ଗଣତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ୨୩୦ ଜିଲ୍ଲା ପରିଷଦ ଜୋନର ଆଜି ଆସିବ ଫଳାଫଳ । କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି । ପ୍ରଥମ ଓ ଦ୍ୱିତୀୟ ଦିନରେ ବାଜିମାତ କରିଛି ବିଜେଡି । ୬୨୦ ଜୋନରୁ ବିଜେଡି ୫୫୩ଟିରେ ଆଗୁଆ ରହିଛି । ବିଜେପି ଓ କଂଗ୍ରେସ ୩୦ଟି ଲେଖାଏଁ ଜୋନରେ ଆଗୁଆ ରହିଛନ୍ତି । ଦ୍ୱିତୀୟ ସ୍ଥାନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଦେଖିବାକୁ ଲାଗିଛି ଲଢ଼େଇ ।

ତେବେ ଦ୍ୱିତୀୟ ଦିନ ଗଣତିରେ ୨୭୦ଟି ଜୋନର ରେଜଲ୍ଟ ପ୍ରକାଶ ପାଇଛି । ଶେଷ ରିପୋର୍ଟ ଅନୁସାରେ ୨୩୬ଟି ଜୋନରେ ବିଜେଡି ବିଜୟୀ ରହିଛି । ବିଜେପି ୧୬ ଓ କଂଗ୍ରେସ ୧୫ଟି ଆସନରେ ବିଜୟୀ ହୋଇଛନ୍ତି । ଏଯାବତ୍ ଅନ୍ୟାନ୍ୟ ଦଳ ସପକ୍ଷରେ ଯାଇଛି ମାତ୍ର ୩ଟି ଜୋନ୍ ।

Get real time updates directly on you device, subscribe now.