fbpx

ଆସନ୍ତା ସପ୍ତାହରେ ଆସୁଛି ଦେଶର ସବୁଠାରୁ ବଡ଼ IPO, ମିଳିବ ରୋଜଗାର ମଉକା

ନୂଆଦିଲ୍ଲୀ: ପେଟିଏମ୍ ର ପ୍ୟାରେଣ୍ଟ୍ କମ୍ପାନୀ ୱନ୍୯୭ କମ୍ୟୁନିକେସନ୍ ଆସନ୍ତା ସପ୍ତାହ ସୋମବାର ଅର୍ଥାତ୍ ନଭେମ୍ବର ୮ ତାରିଖରେ ଆଇପିଓ ଆସୁଛି । ପେଟିଏମ୍ ର ପ୍ରାଇସ୍ ବ୍ୟାଣ୍ଡ୍ ୨,୦୮୦-୨,୧୫୦ ପ୍ରତିସେୟାର୍ ପିଛା ନିର୍ଦ୍ଧାରଣ କରାଯାଇଛି । ଯାହାର ମୁଲ୍ୟାଙ୍କନ ପାଖାପାଖି ୧.୪୮ ଲକ୍ଷ କୋଟି ହେବ । ତିନି ଦିନିଆ ସେୟାର୍ ବିକ୍ରି ନଭେମ୍ବର ୧୦ ତାରିଖରେ ସମାପ୍ତ ହେବ ।

କମ୍ପାନୀର ଆଇପିଓରେ ୮,୩୦୦ କୋଟି ମୂଲ୍ୟର ଫ୍ରେଶ୍ ସେୟାର୍ ଏବଂ ବର୍ତ୍ତମାନର ସେୟାର୍ ଧାରକଙ୍କ ଦ୍ୱାରା ୧୦ ହଜାର କୋଟିର ଅଫର୍ ଫର୍ ସେଲ୍ (OFS) ରେ ସାମିଲ ରହିଛି । ଏହା ବର୍ତ୍ତମାନ ସୁଦ୍ଧା ସବୁଠାରୁ ବଡ଼ ଆଇପିଓ ହେବ । ଏବେ ପର୍ଯ୍ୟନ୍ତ ଏହି ରେକର୍ଡ ସରକାରୀ ମାଲିକାନା କମ୍ପାନୀ କୋଲ ଇଣ୍ଡିଆ ପାଖରେ ରହିଛି । ଯିଏକି ଅକ୍ଟୋବର ୨୦୧୦ରେ ଆଇପିଓରୁ ୧୫,୨୦୦ କୋଟି ଟଙ୍କା ଜୁଟାଇଛନ୍ତି ।

ୱନ୍୯୭ କମ୍ୟୁନିକେସନ୍ ର ମ୍ୟାନେଜିଂ ଡାଇରେକ୍ଟର୍ ଓ ଚିଫ୍ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ବିଜୟ ଶେଖର ଶର୍ମା ଗୁରୁବାର ଦିନ ଏକ ପ୍ରୀ-ଆଇପିଓ କନଫରେନ୍ସରେ କହିଛନ୍ତି ଯେ, ତାଙ୍କୁ ଦେଶରେ ପ୍ରଥମ ଥର ନିବେଶ କରିବାକୁ ଚାହୁଁଥିବା ନିବେଶକଙ୍କ ଠାରୁ ବାର୍ତ୍ତା ମିଳିଥିଲା ଓ ସେ ଆହୁରି ବି କହିଛନ୍ତି ଯେ, ଏହା ହେଉଛି ଭାରତର ଯୁଗ ।

Get real time updates directly on you device, subscribe now.