fbpx
BSKY SKY
BSKY SKY

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସାମ୍ନାରେ ହିଁ ଇସ୍ତଫା ମାଗିଲେ ବିଜେପି ସଦସ୍ୟ, ଦେଖନ୍ତୁ ଭିଡିଓ

BSKY

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ତୀବ୍ର ହେବାରେ ଲାଗିଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତିକୁ ନେଇ ଅଭିଯୋଗ କରିବା ସହିତ ଇସ୍ତଫା ଦେବାକୁ ଦାବି କରୁଛନ୍ତି ବିରୋଧୀ ଦଳର ନେତା । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଭିଡିଓ, ଯେଉଁଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଚରାସ୍ତାରେ ଯୁବମୋର୍ଚ୍ଚା କର୍ମୀ ଖୁଲମଖୁଲା ଇସ୍ତଫା ମାଗୁଥିବାର ଦେଖିବାକୁ ମିଳିଛି । ସେ ହେଉଛନ୍ତି ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ । ଭବାନୀପାଟଣା ସହର ଏମଏସଏ ଛକରେ ସେ ମନ୍ତ୍ରୀଙ୍କ ସହ ମୁହାଁମୁହିଁ ହୋଇଥିଲେ ।

ତେବେ ମନ୍ତ୍ରୀ ଦିବ୍ୟଶଙ୍କର ଭବାନୀପାଟଣାରୁ ନିଜ ନିର୍ବାଚନ ମଣ୍ଡଳି ଗଲା ଏପରି ଘଟଣା ଘଟିଥିଲା । ମନ୍ତ୍ରୀଙ୍କୁ ରାସ୍ତାରେ ଯିବା ଦେଖି ପହଞ୍ଚିଯାଇଥିଲେ ଦୀପଜ୍ୟୋତି । ମନ୍ତ୍ରୀଙ୍କ ସହ କିଛି ବାଟ ଚାଲି ଚାଲି ଯିବା ସହ କଥାବାର୍ତ୍ତା ହୋଇଥିଲେ ଓ ଏହାପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ‘ଆପଣ କେବେ ଇସ୍ତଫା ଦେଉଛନ୍ତି? ଆପଣ ଇସ୍ତଫା ଦିଅନ୍ତୁ’ ବୋଲି ସେ ଖୁଲମଖୁଲା ମନ୍ତ୍ରୀଙ୍କୁ କହିଥିଲେ । ଇସ୍ତଫା ଦାବି ସହ ମମିତା କେସରେ ତାଙ୍କ ସମ୍ପୃକ୍ତି ନେଇ ସେ ପ୍ରଶ୍ନ କରିଥିଲେ ।

ଏହା ସହ ଗତ ୨୩ ଦିନ ଧରି କାହିଁକି ବାହାରକୁ ବାହାରିଲେ ବୋଲି ମଧ୍ୟ ଦୀପଜ୍ୟୋତି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ସତ ପ୍ରମାଣ ହେଲେ ଫାଶୀ ଦିଅନ୍ତୁ ବୋଲି ମନ୍ତ୍ରୀଙ୍କୁ କହିଥିଲେ ଦୀପଜ୍ୟୋତି । ସାମ୍ନାସାମ୍ନି ବେଳେ ଦୀପଜ୍ୟୋତିଙ୍କୁ ସୁରକ୍ଷାକକର୍ମୀମାନେ ଆଡେଇ ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

ପ୍ରଶ୍ନ କରିଥିବା ଦୀପଜ୍ୟୋତିଙ୍କୁ କୌଣସି ଉତ୍ତର ଦେଇନଥିଲେ ମନ୍ତ୍ରୀ ଦିବ୍ୟଶଙ୍କର । ଏହା ପୂର୍ବରୁ ମମିତାଙ୍କ ହତ୍ୟା ସହ ତାଙ୍କର କୌଣସି ସମ୍ପୃକ୍ତ ନଥିବା ମନ୍ତ୍ରୀ କହିଥିଲେ । ତଦନ୍ତ ତା ବାଟରେ ଯିବ, ଆଇନ ତା ବାଟରେ ଯିବ ବୋଲି ମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ।

Get real time updates directly on you device, subscribe now.