fbpx
BJD SKY
BJD SKY

ଆଜି ଠାରୁ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ, ୩ ଦିନ ଯାଏ ହେବନି କୌଣସି କାମ

BJD

ନୂଆଦିଲ୍ଲୀ: ଯଦି ଆପଣ ଆଜି କୌଣସି କାମରେ ବ୍ୟାଙ୍କ୍ ଯିବାକୁ ବାହାରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ବାସ୍ତବରେ ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ଅର୍ଥାତ୍ ଏଠାରେ କାମ ହେବ ନାହିଁ । ସୂଚନା ଯେ, ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ହରତାଳ କରିବା ନେଇ ଆହ୍ୱାନ ଦିଆଯାଇଛି । ଏହାପରେ ରବିବାର ଦିନ ସାପ୍ତାହିକ ଛୁଟି ପଡ଼ୁଥିବାରୁ ବ୍ୟାଙ୍କରେ ଆର୍ଥିକ ନେଣଦେଣ ଇତ୍ୟାଦି ବନ୍ଦ ରହିବ ।

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ସରକାରଙ୍କ ଘରୋଇକରଣ ନେଇ ଚାଲିଥିବା ପ୍ରସ୍ତୁତିକୁ ବିରୋଧ କରିବାକୁ ୟୁଏଫବିୟୁ ଧର୍ମଘଟ ଘୋଷଣା କରିଛି। ସୂଚନାଯୋଗ୍ୟ ଯେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଅଧୀନରେ ନଅଟି ୟୁନିଅନ୍ ଆସିଥାଏ । ତେଣୁ ଲୋକମାନଙ୍କୁ ଏହି ଧର୍ମଘଟ ସମୟରେ ହଇରାଣ ହେବାକୁ ପଡ଼ିପାରେ ।

 

Get real time updates directly on you device, subscribe now.