fbpx
BJD SKY
BJD SKY

ମହିଳାଙ୍କ ସ୍ୱାମୀଙ୍କୁ ଦେଖି ପାଞ୍ଚ ମହଲା ତଳକୁ ଡେଇଁ ପଡ଼ିଲା ଲିଭ୍ ଇନ୍ ପାର୍ଟନର୍, ହୋଇଗଲା ମୃତ୍ୟୁ

BJD

ଜୟପୁର: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ତୃତୀୟ ବ୍ୟକ୍ତିଙ୍କୁ ନେଇ ସମସ୍ୟା ଦେଖାଦେଇଥାଏ । ଇତି ମଧ୍ୟରେ ଜଣେ ବ୍ୟକ୍ତି ଏକ ବିବାହିତାଙ୍କ ସହିତ ଲିଭ୍ ଇନ୍ ରେ ରହୁଥିଲେ । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଛି । ସୂଚନା ଅନୁସାରେ, ଜୟପୁରର ପ୍ରତାପନଗର ଥାନା ଅଞ୍ଚଳରେ ଜଣେ ବିବାହିତାଙ୍କ ସହିତ ଲିଭ୍-ଇନ୍ ରିଲେସନ୍ ରେ ରହୁଥିବା ଏକ ବ୍ୟକ୍ତି ରବିବାର ଦିନ ମହିଳାଙ୍କ ସ୍ୱାମୀଙ୍କୁ ଦେଖି ପାଞ୍ଚ ମହଲା ତଳକୁ ଡେଇଁ ପଡ଼ିଛି । ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ୍ ବୁଧବାର ଦିନ କହିଛି ଯେ, ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ମହିଳା ଜଣକ ରବିବାର ଦିନ ଜୟପୁରର ସୱାଇମାନ୍ ସିଂହ ମେଡିକାଲରେ ଭର୍ତ୍ତି କରିଥିଲେ ।

ସୋମବାର ଦିନ ଚିକିତ୍ସିତ ଅବସ୍ଥାରେ ହିଁ ସେ ଆଖି ବୁଜିଛନ୍ତି । ପୋଲିସ୍ ଏ ସମ୍ପର୍କରେ ସୁଚନା ଦେଇ କହିଛି ଯେ, ଉତ୍ତର ପ୍ରଦେଶର କନ୍ନୌଜରେ ରହୁଥିବା ଆଜମ୍ ଓରଫ୍ ୨୯ ବର୍ଷିୟ ମୋହିସିନ୍ ଗୋଟିଏ ଆପାର୍ଟମେଣ୍ଟର ୫ ମହଲାରେ ମହିଳାଙ୍କ ସହିତ ଭଡ଼ାରେ ରହୁଥିଲେ । ସେମାନେ ସହମତି ସମ୍ବନ୍ଧରେ ରହିଆସୁଥିଲେ । ତେବେ ମହିଳା ଜଣକ ବିବାହିତା ହୋଇଥିବା ବେଳେ ସେ ନିଜ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେଇ ନଥିଲେ ।

ମହିଳା ଜଣକ ପ୍ରେମିକ ମୋହିସିନ୍ ଙ୍କ ସହିତ ନିଜ ୫ ବର୍ଷର ଝିଅକୁ ନେଇ ଦୁଇବର୍ଷ ତଳୁ ଚାଲି ଆସିଥିଲେ । ତେବେ ସ୍ୱାମୀ ଜଣକ ତାର ସ୍ତ୍ରୀ ଓ ଝିଅର ସନ୍ଧାନରେ ଥିଲା । ଆଉ ରବିବାର ଦିନ ସୂଚନା ଏକାଠି କରି ମହିଳା ଜଣକ ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ପ୍ରେମିକ ଜଣକ ଯେତେବେଳେ ଦେଖିଲା ମହିଳାଙ୍କ ସ୍ୱାମୀ ତାଙ୍କ ଫ୍ଲାଟ୍ କୁ ଆସୁଛନ୍ତି ସେ ବାଲକୋନିକୁ ଯାଇ ୫ ମହଲା ତଳକୁ ଡେଇଁ ପଡ଼ିଥିଲା । ଯାହାଫଳରେ ମୋହିସିନ୍ ଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ।

Get real time updates directly on you device, subscribe now.