fbpx
BSKY
BJD MC SKY
BJD YOUTH SKY

ଋଣ ପରିଶୋଧ କରିବାରେ ବିଫଳ ହେବାରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା, ଝୁଲନ୍ତା ମୃତଦେହକୁ ଉଦ୍ଧାର କଲା ପୋଲିସ

ଢେଙ୍କାନାଳ(ଓଡ଼ିଶା ଭାସ୍କର): ଋଣ ପରିଶୋଧ କରିବାରେ ବିଫଳ ହେବାରୁ ଦମ୍ପତ୍ତିଙ୍କ ଚରମ ନିଷ୍ପତ୍ତି। ସଦରଥାନା ଅନ୍ତର୍ଗତ କଙ୍କଡ଼ାପାଳ ଗାମରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା। ଏକ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହକୁ ସଦରଥାନା ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି। ମୃତ ଦମ୍ପତ୍ତି ହେଉଛନ୍ତି ସ୍ୱାମୀ ବିଶିକେଶନ ସାହୁ ଏବଂ ସ୍ତ୍ରୀ ମାମା ସାହୁ। ତେବେ ଦମ୍ପତ୍ତି ନିଜ ଘର ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି।

ରଶି ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ ଦମ୍ପତ୍ତି ବିଷ ପିଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତ ଦମ୍ପତ୍ତି ନିଜ ଘର କାନ୍ଥରେ ଲେଖିଛନ୍ତି ଯେ ସେମାନେ ବିଷ ପିଇ ଅତ୍ମହତ୍ୟା କରିଛନ୍ତି।

ସୂଚନାଥାଉ କି, ଏହି ଦମ୍ପତ୍ତି ୧୫ ବର୍ଷ ପୂର୍ବରୁ ବିବାହ କରିଥିଲେ ଏବଂ ସେମାନଙ୍କର ୧୪ବର୍ଷର ପୁଅ ମଧ୍ୟ ଅଛି। ସନ୍ଦେହ କରାଯାଉଛି ଯେ ସେମାନେ ନେଇଥିବା ଋଣ ପରିଶୋଧ କରିବାରେ ବିଫଳ ହେବା ପରେ ଏହି ଦମ୍ପତି କଠୋର ପଦକ୍ଷେପ ନେଇଥିଲେ। ସଦର ପୋଲିସ ଗାଁରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.