fbpx

ଭିଜିଲାନ୍ସ ଜାଲରେ ABEO: ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଟିମ୍

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ABEO । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡେରାବିଶ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନ ବିହାରୀ ସିଂ ଧରାପଡିଛନ୍ତି ।

ତେବେ ଦରମା ରିଲିଜ୍ ପାଇଁ ଶିକ୍ଷକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ABEO । କିନ୍ତୁ ପୂର୍ବ ଯୋଜନାବଦ୍ଧ ଭାବେ ଶିକ୍ଷା ଅଧିକାରୀ ବିପିନଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ ।

ନିକଟରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ଧରିଥିଲା ଭିଜିଲାନ୍ସ । କାରନ୍ଦା ଛକରେ ଲାଞ୍ଚ ନେଉଥିବା ତାଙ୍କୁ କଟକ ଭିଜିଲାନ୍ସ ଧରିଥିବା ସୂଚନା ମିଳିଥିଲା । ଜଣେ ପଥର ଖଣି ଲିଜଧାରୀଙ୍କଠାରୁ ଲାଞ୍ଚ ନେଉଥିବା ସେ ଧରା ପଡ଼ିଥିଲେ । ପଥର ଗାଡ଼ି ପାସ୍ କରାଇବା ପାଇଁ ଲାଞ୍ଚ ନେବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ।

Get real time updates directly on you device, subscribe now.