fbpx

ନୱାବ ମଲିକଙ୍କୁ ଝଟକା, ରାଜ୍ୟସଭା ନିର୍ବାଚନରେ ଦେଇ ପାରିବେ ନାହିଁ ଭୋଟ୍

ମୁମ୍ବାଇ(ଓଡ଼ିଶା ଭାସ୍କର): ଆଜି ଚାରି ରାଜ୍ୟର ୧୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିରେ ହରିୟାଣା, ମହାରାଷ୍ଟ୍ର, ରାଜସ୍ଥାନ ଏବଂ କର୍ଣ୍ଣାଟକ ସାମିଲ। ଭୋଟିଂ ଆରମ୍ଭରୁ ବିଭିନ୍ନ ରାଜ୍ୟରେ ହଲଚଲ ଆରମ୍ଭ ହୋଇଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ କହିଛନ୍ତି ଯେ, ବିଜେପି ବିନା କାରଣରେ ଏହି ନିର୍ବାଚନ କରାଇଛି। ଅନ୍ୟପଟେ ମହାରାଷ୍ଟ୍ରରେ ଦୁଇ ସହଯୋଗି ଶିବସେନା ଏବଂ ଏନସିପି ନିଜ ଭିତରେ ଟଣାଓଟରା ହୋଇଛନ୍ତି।

ଏହାରି ମଧ୍ୟରେ ମହାରାଷ୍ଟ୍ରରେ ମହାବିକାଶ ଅଘାଢ଼ି ଗଠବନ୍ଧନ ସରକାରକୁ ଝଟକା ଲାଗିଛି। ଏନସିପି ବିଧାୟକ ନୱାବ ମଲ୍ଲିକ ଜେଲରେ ବନ୍ଦ ଅଛନ୍ତି। ସେ କୋର୍ଟରେ ଅପିଲ କରିଥିଲ ଯେ, ତାଙ୍କୁ ରାଜ୍ୟସଭା ନିର୍ବାଚନରେ ଭୋଟ ଦେବାକୁ ଅନୁମତି ମିଳୁ। କିନ୍ତୁ ହାଇକୋର୍ଟ ତାଙ୍କର ଏହି ଅବେଦନକୁ ଖାରଜ କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ମଲ୍ଲିକ ଏପରି ଭାବରେ ଯାଇ ଭୋଟ୍ ଦେଇପାରିବେ ନାହିଁ। ଅନ୍ୟପଟେ ମହାରାଷ୍ଟ୍ରରେ ବିଜେପିକୁ ହରାଇବା ପାଇଁ ମହାବିକାଶ ଅଘାଢ଼ି ସରକାରଙ୍କ ସପକ୍ଷରେ ଭୋଟି କରିବାକୁ ଏଆଇଏମଆଇଏମ ନିଷ୍ପତ୍ତି ନେଇଛି।

ଏହି ଚାରି ରାଜ୍ୟରେ ମୁକାବିଲ ଜୋରଦାର ଚାଲିଛି। କାରଣ ସମସ୍ତ ଜାଗାରେ ପାର୍ଟିମାନେ ନିଜର ବିଧାୟକଙ୍କ ତୁଳନାରେ ଅଧିକ ଅଶାୟୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି କାରଣରୁ ପୂରା ନିର୍ବାଚନରେ ବହୁଳ ମାତ୍ରାରେ ଘୋଡ଼ା ବେପାର ହେବାର ଆଶଙ୍କା ରହିଛି। କଂଗ୍ରସ ରାଜସ୍ଥାନ ଏବଂ ହରିୟାଣା ବିଧାୟକଙ୍କ ଏକଜୁଟ କରି ରିସର୍ଟରେ ରଖିଛି।

Get real time updates directly on you device, subscribe now.