fbpx

ବିଦ୍ୟୁତ୍ ତାର ଲାଗି ଦମ୍ପତ୍ତି ମୃତ

Advertisement

ଆସିକା,୧୨ ।୧୨(ଓଡିଶା ଭାସ୍କର): ବିଲରେ ଛିଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଯାଇଛି ଦମ୍ପତ୍ତିଙ୍କ ଜୀବନ । ହିଞ୍ଜିଳିକାଟୁ ଥାନା ବୁରୁପଡା ଗାଁରେ ଆଜି ଭୋରରୁ ଏହି ଦୁଃଖଦ ଘଟଣା ଘଟିଯାଇଛି । ଗାଁ ପାଖ ବିଲକୁ ପରିବା ତୋଳିବାକୁ ଯାଇଥିଲେ ସ୍ୱାମୀସ୍ତ୍ରୀ । ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଛିଡି ବିଲରେ ପଡିଥିଲା । ତାର ସଂସ୍ପର୍ଶରେ ଆସିବାକୁ ଘଟଣାସ୍ଥଳରେ ହିଁ ସ୍ୱାମୀସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.